ନୂଆଦିଲ୍ଲୀ,୨|୦୨ : ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ । ବିଶ୍ୱକପ୍ ପୂର୍ବରୁ ଦେଖାଦେଇଛି ହାଇ ଭୋଲଟେଜ୍ ଡ୍ରାମା । ଭାରତ ସହ ଖେଳିବାକୁ ମନା କରିଦେଇଛି ପାକିସ୍ତାନ । ନୂଆ ବାହାନା କରିଛି ଶତ୍ରୁ ଦେଶ । ଫେବ୍ରୁଆରୀ ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯାଇଥାନ୍ତା । କିନ୍ତୁ ଏହା ପୂର୍ବରୁ ପାକ୍ ପଛକୁ ହଟିଛି । ତେବେ ଆଇସିସି ପାକିସ୍ତାନର ଏପରି ନିଷ୍ପତ୍ତିକୁ ନେଇ କଡା ଆପତ୍ତି ପ୍ରକାଶ କରିଛି । ଏହା ଖେଳର ମୂଳଭାବନା ବିରୋଧି । ପିସିବି ନିଜ ଜିଦରୁ ନ ଓହରିଲେ ଆଗକୁ କିଛି ଭଲ ହେବନି ବୋଲି ଆଇସିସି କହିଛି ।

ପାକିସ୍ତାନ ଭାବୁଛି ଯେ ତା କଥାରେ ଆଇସିସି ଚାଲିବ । ପ୍ରଥମେ ଟି୨୦ବିଶ୍ୱକପ୍ ଖେଳିବନି ବୋଲି କହିଥିଲା ପାକ୍ । ପରେ କିନ୍ତୁ ଭାରତ ବିପକ୍ଷରେ ଖେଳିବନି ବୋଲି କହିଛି । ଏବେ ପାକିସ୍ତାନର ଜିଦ୍ ବଡ ଅସୁବିଧା ସୃଷ୍ଟି କରିପାରେ । ଏପରିକି ଦେଶର କ୍ରିକେଟ୍ ଭବିଷ୍ୟତ ଉପରେ ବିପଦ ରହିଛି ।

କୁହାଯାଉଛି, ପରାଜୟ ଭୟରେ ପାକିସ୍ତାନ ଭାରତ ସହ ଖେଳିବାକୁ ରାଜି ହେଉନି । ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେପରି ଖେଳୁଛି ତାହା ଦେଖି ପାକିସ୍ତାନୀ ପ୍ଲେୟାର ଛାନିଆ ହୋଇଯାଇଛନ୍ତି । ପାକ୍ ସହ ଏହାଠୁ ଆହୁରି ଭୟଙ୍କର କିଛି ଘଟିପାରେ ବୋଲି ସେମାନେ ଭାବୁଛନ୍ତି । ଶକ୍ତିଶାଳୀ ଭାରତୀୟ ଟିମକୁ ଦେଖି ପାକିସ୍ତାନର ସମସ୍ତ ଆତ୍ମବିଶ୍ୱାସ ପାଣିରେ ମିଳେଇ ଯାଉଛି ।

ନୂଆ ବାହାନା ପାକିସ୍ତାନକୁ ଭାରତ କବଳରୁ ରକ୍ଷା କରିପାରେ । ହେଲେ ଭାରତ ବିପକ୍ଷରେ ନଖେଳିଲେ ଆଇସିସିର ବହୁତ ଅଧିକ କ୍ଷତି ହୋଇପାରେ । ତେବେ ଏସବୁକୁ ନେଇ ଆଇସିସି କହିଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ । ଆଇସିସି ପିସିବିର ଲିଖିତ ଉତ୍ତରକୁ ଅପେକ୍ଷା କରିଛି । ଏବେ ମନା କରୁଥିଲେ ବି ପରେ ପାକିସ୍ତାନ ରାଜି ହୋଇପାରେ ।

ଅନ୍ୟ ଦିଗରେ ଆଇସିସି ଆହୁରି ମଧ୍ୟ ଚେତାବନୀ ଦେଇଛି ଯେ, ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କଲେ ପାକିସ୍ତାନ ଅନେକ ଅସୁବିଧାର ସମ୍ମୁଖୀନ ହେବ । କ୍ରିକେଟ୍ ଉପରେ ଦୀର୍ଘକାଳିନ ପ୍ରଭାବ ପଡିବ । ଏପରିକି ପାକ୍ ର ବ୍ୟବସାୟ ପ୍ରଭାବିତ ହେବ । ପାକିସ୍ତାନର କୋଟି କୋଟି ଟଙ୍କା କ୍ଷତି ହେବା ସହ କଟକଣା ମଧ୍ୟ ଲାଗିପାରେ ।

ଆଇସିସି ଆହୁରି ମଧ୍ୟ କହିଛି ଯେ, ସେ ସରକାରଙ୍କ ଭୂମିକାକୁ ସମ୍ମାନ କରିଥାଏ । କିନ୍ତୁ ଏହି ନିଷ୍ପତ୍ତି ଖେଳର ଭାବନା, ପକ୍ଷପାତିତା ଏବଂ ପ୍ରଶଂସକଙ୍କ ହିତରେ ନାହିଁ । ପାକିସ୍ତାନର କୋଟି କୋଟି କ୍ରିକେଟ୍ ପ୍ରେମୀ ଅଛନ୍ତି । ସେମାନେ ଏଥିରେ ଖୁସି ହେବେ ନାହିଁବୋଲି ଆଇସିସି କହିଛି ।