ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ମୋଟ ୧୩୧ ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା, ୬ ବିଦେଶୀ ଓ ୧୬ ଜଣଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ପ୍ରଦାନ କରାଯିବ । 

ପଦ୍ମ ବିଭୂଷଣ

ଧର୍ମେନ୍ଦ୍ର ସିଂହ ଦେଓଲ, ମରଣୋତ୍ତର (କଳା, ମହାରାଷ୍ଟ୍ର)

କେ.ଟି.ଥୋମାସ୍ (ଲୋକ କଲ୍ୟାଣ, କେରଳ)

ଏମ୍.ରାଜମ (କଳା, ଉତ୍ତର ପ୍ରଦେଶ)

ପି.ନାରାୟଣମ୍ (ସାହିତ୍ୟ ଓ ଶିକ୍ଷା, କେରଳ)

ଭି.ଏସ୍.ଅଚ୍ୟୁତାନନ୍ଦନ, ମରଣୋତ୍ତର (ଲୋକ କଲ୍ୟାଣ, କେରଳ)

ପଦ୍ମ ଭୂଷଣରେ ସମ୍ମାନିତ ବ୍ୟକ୍ତି

  1. ଅଲକା ୟାଗନିକ୍ ( କଳା, ମହାରାଷ୍ଟ୍ର)
  2. ଭାଗବତ ସିଂ କୋଶିୟାରି (ଉତ୍ତରାଖଣ୍ଡ)
  3. କାଲିପଟ୍ଟୀ ରାମାସାମୀ ପଲାନିସ୍ୱାମୀ (ଚିକିତ୍ସା, ତାମିଲନାଡୁ)
  4. ମାମୁଟି (କଳା, କେରଳ)
  5. ନୋରି ଦତ୍ତାତ୍ରେଡୁ (ଚିକିତ୍ସା, ଆମେରିକା)
  6. ପୀୟୂଷ ପାଣ୍ଡେ, ମରଣୋତ୍ତର (କଳା, ମହାରାଷ୍ଟ୍ର)
  7. ଏସ.ଏମ.କେ. ମାଇଲାନନଧନ (ସାମାଜିକ କାର୍ଯ୍ୟ, ତାମିଲନାଡୁ)
  8. ଏସ.ଆର. ଗଣେଶ (କଳା, କର୍ଣ୍ଣାଟକ)
  9. ଶିବୁ ସୋରେନ୍ ମରଣୋତ୍ତର (ଜନସେବା, ଝାଡ଼ଖଣ୍ଡ)
  10. ଉଦୟ କୋଟାକ୍, (ବାଣିଜ୍ୟ ଏବଂ ଶିଳ୍ପ, ମହାରାଷ୍ଟ୍ର)
  11. ଭି କେ ମାଲହୋତ୍ରା, ମରଣୋତ୍ତର (ଜନସେବା, ଦିଲ୍ଲୀ)
  12. ଭେଲାପାଲ୍ଲି ନାଟେସନ (ସାର୍ବଜନୀନ ବ୍ୟାପାର, କେରଳ)
  13. ବିଜୟ ଅମୃତରାଜ, (କ୍ରୀଡା, ଆମେରିକା)

ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଏହି ପୁରସ୍କାର କଳା, ସମାଜସେବା, ଶିଳ୍ପ, ବିଜ୍ଞାନ, ଚିକିତ୍ସା, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଏ ।

ସାଧାରଣ ଭାରତୀୟଙ୍କ ଅସାଧାରଣ ଅବଦାନକୁ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି, ଏହି ବର୍ଷର ପଦ୍ମ ପୁରସ୍କାର ସାରା ଦେଶର ଅଗଣିତ, ଲୁଚି ରହିଥିବା ଅଦୃଶ୍ୟ ନାୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରୁଛି । ବ୍ୟକ୍ତିଗତ ସଂଘର୍ଷ, କଷ୍ଟ ଏବଂ ଦୁଃଖଦ ପରିସ୍ଥିତି ସତ୍ତ୍ୱେ ଏହି ପ୍ରଖ୍ୟାତ ବ୍ୟକ୍ତିମାନେ କେବଳ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିନଥିଲେ ବରଂ ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ । ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ପଛୁଆ ବର୍ଗ, ଦଳିତ ସମ୍ପ୍ରଦାୟ, ଆଦିମ ଜନଜାତି ଏବଂ ଦୁର୍ଗମ, ଅପହଞ୍ଚ ଅଞ୍ଚଳରେ ରହୁଥିବା ନାଗରିକମାନେ ରହିଛନ୍ତି । ଏମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ପରିମଳ ଏବଂ ସ୍ଥାୟୀ ବିକାଶ ଭଳି କ୍ଷେତ୍ରରେ ଅକ୍ଲାନ୍ତ କାର୍ଯ୍ୟ କରି ଦିବ୍ୟାଙ୍ଗ, ମହିଳା, ଶିଶୁ, ଦଳିତ ଏବଂ ଆଦିବାସୀଙ୍କ ସେବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି । ସେମାନେ ନୀରବରେ ଏବଂ ବିନା କୌଣସି ପ୍ରଚାରରେ ଭାରତ ମାତାର ସେବାରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ।