ଭୁବନେଶ୍ବର ୨୪।୮: ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି । ରାଜ୍ୟର ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ ଆହୁରି ମଧ୍ୟ କହିଛନ୍ତି, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ଜଳସ୍ତର ବଢିଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ପାଣି କମିବ । ବୈତରଣୀ ଏଥର ବେଶୀ କ୍ଷୟକ୍ଷତି କରିଛି । ବରୀ, ଆଳି, ବିଞ୍ଝାରପୁର ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଲାଗି ରହିଛି ।

Also Read:- ଅଫିସ୍ ଯାଉଥିଲେ ଯୁବକ, ବାଟରେ ଛକି ବସିଥିଲା ଯମ.. ଆଉ ଫେରିଲେନି ଘରକୁ

ବ୍ରାହ୍ମଣୀରେ ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ରେଙ୍ଗାଲି ଡ୍ୟାମ୍ର ଜଳ ନିୟନ୍ତ୍ରଣ କରାଯାଉଛି। ତଳମୁଣ୍ଡରେ ଯେଭଳି କୌଣସି କ୍ଷତି ହେବ ନାହିଁ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ହୀରାକୁଦରେ ବର୍ତ୍ତମାନ ୮ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦରେ ଜଳସ୍ତର ୬୨୩ ଫୁଟ ରହିଛି । ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ, ବୈତରଣୀ ପ୍ରାଇଭେଟ୍ ଲିମିଟେଡ୍ କନଷ୍ଟ୍ରକସନ ମୁଖ୍ୟ ଯନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ମୋ ପାଖକୁ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । କିନ୍ତୁ ନୋଟିସ୍ ପରେ ବନ୍ୟା ବେଳେ ଗେଟ୍ ଖୋଲିବା ନେଇ ସେ ସୂଚନା ଦେଇଥିଲେ । ଠିକ୍ ଭାବେ ପରିଚାଳନା ହୋଇଥିଲା । ରିପୋର୍ଟ ଆସିବା ପରେ ଆମେ ସରକାରଙ୍କୁ ଅବଗତ କରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Watch Video: