ନୂଆଦିଲ୍ଲୀ, ୧୩/୦୯ :ଅଲକାଏଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଦେନ୍୨୦୦୧ସେପ୍ଟେମ୍ବର୧୧ତାରିଖରେ ଆମେରିକାରେ ଆକ୍ରମଣ କରିଥିଲା । ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଭୟଙ୍କର ଆକ୍ରମଣ ସାରା ବିଶ୍ୱକୁ ଥରାଇ ଦେଇଥିଲା । ତେବେ ଏହା ପୂର୍ବରୁ ଭାରତରେ ବଡ଼ ଧରଣର ଆଟାକ୍ କରିବାକୁ ଲାଦେନ୍ ପ୍ଲାନ୍ କରିଥିଲା । ଏନେଇ ସଆଇଏର ଏକ ରିପୋର୍ଟରେ ଜଣା ପଡିଛି । ସେପ୍ଟେମ୍ବର୧୧ତାରିଖରେ ହୋଇଥିବା ଆକ୍ରମଣର୨୫ବର୍ଷରେ ସିଆଇଏ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସିଆଇଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏବଂ ଜର୍ଜ୍ ଡବଲୁ ବୁଶଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏକାଧିକ ଗୁଇନ୍ଦା ବ୍ରିଫିଂ ବା ରିପୋର୍ଟକୁ ସାର୍ବଜନୀନ କରିଛି ।୧୯୯୮ ଅଗଷ୍ଟ ୨୮ତାରିଖରେ ଜାରି ହୋଇଥିବା ଏକ ରିପୋର୍ଟ ବିନ୍ ଲାଦେନ୍ ଟେରରିଷ୍ଟ୍ ନେଟଓ୍ୱର୍କ ଷ୍ଟିଲ୍ ଏ ଥ୍ରେଟ୍ ଥିଲା । ଯେଉଁଥିରେ ଭାରତ ଲାଦେନର ହିଟ୍ ଲିଷ୍ଟରେ ଥିବା ଦେଶ ତାଲିକାରେ ରହିଥିଲା । ଏଠାରେ ଲାଦେନ୍ କିଛି ବଡ଼ ଧରଣର ଆଟାକ୍ କରିବା ପାଇଁ ଯୋଜନା କରୁଥିଲା ।

ରିପୋର୍ଟରେ କୁହାଯାଇଥିଲା ଯେ, ଲାଦେନ୍ ମିଶର, କୁଏତ, ସାଉଦି, ୟେମେନ, ଭାରତ, ପାକିସ୍ତାନ, ୟୁଗାଣ୍ଡା ଏବଂ ନାଇଜେରିଆରେ ଆକ୍ରମଣ କରିବା ପାଇଁ ପ୍ଲାନ୍ କରୁଥିଲା । ତେବେ ଭାରତରେ କେବେ ଆକ୍ରମଣ ହେବ ସେନେଇ କୌଣସି ତାରିଖ ଏବଂ ସମୟ ବାବଦରେ କିଛି କୁହାଯାଇ ନାହିଁ । ଏହାସହ ଗୁଇନ୍ଦା ତଥ୍ୟ କେଉଁଠୁ ଆସିଲା ତାହାଉତ୍ସକୁ ମଧ୍ୟ ଗୋପନ ରଖାଯାଇଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିନ୍ ଲାଦେନ ଅତି କମରେ୬୦ଟି ଦେଶରେ ନିଜର ଲୋକଙ୍କୁ ରଖିଥିଲା । ସେମାନଙ୍କ ସାହାଯ୍ୟରେ ଆକ୍ରମଣ କରିଥାନ୍ତା । ବ୍ରିଟେନ୍ ଏବଂ ଆମେରିକା ହିଟ୍ ଲିଷ୍ଟରେ ସବୁଠୁ ଉପରେ ରହିଥିଲେ । କିନ୍ତୁ ଆମେରିକା ଲାଦେନର କିଛି ଖାସ୍ ଲୋକଙ୍କୁ ଧରିବାରେ ସଫଳ ହୋଇଥିଲା । ଯାହା କିଛି ମାତ୍ରାରେ ଅନେକ ଆକ୍ରମଣକୁ ପ୍ରତିହତ କରିପାରିଥିଲା ।

ଆହୁରି ମଧ୍ୟ ସିଆଇଏ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ଆମେରିକା, ୟୁରୋପ, ପୂର୍ବ ଏସିଆରେ ଲାଦେନ୍ ଆମେରିକାର କିଛି ଭିତ୍ତିଭୂମିକୁ ଟାର୍ଗେଟ୍ କରିଥାନ୍ତା । ଆମେରିକା ମଧ୍ୟ ଏହାର ଜବାବ ଦେବାକୁ ଆଫଗାନିସ୍ତାନରେ ଲାଦେନକୁ ଟାର୍ଗେଟ୍ କରିଥିଲା । ହେଲେ ଲାଦେନ୍ ସମେତ ଆଉ କିଛି ଆତଙ୍କୀ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିଛି ଶିବିରରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଥିଲା ।

Also Read :- ହଟିଲେ ହକି ଇଣ୍ଡିଆର ଡିଜି, ଜର୍ସି ବିବାଦକୁ ନେଇ ବଡ଼ ଆକ୍ସନ

ସୂଚନାଯୋଗ୍ୟ,୨୦୦୧ସେପ୍ଟେମ୍ବର୧୧ତାରିଖରେ ଏଲକାଏଦର୧୯ଜଣ ଆତଙ୍କବାଦୀ ଆମେରିକାରଟି ବିମାନକୁ ଅପହରଣ କରିଥିଲେ । ଏହା ମଧ୍ୟରୁ ଦୁଇଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ମାଡ଼ ହୋଇଥିଲା । ଯେଉଁଥିରେ ବିଲ୍ଡିଂଟି ଧ୍ୱଂସ ହୋଇଯାଇଥିଲା । ଏଥିରେ୧୯ଜଣ ଅପହରଣକାରୀଙ୍କ ସମେତ୩୦୦୦ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଆମେରିକା ଆଫଗାନିସ୍ତାନରେ ଆକ୍ରମଣ କରିଥିଲା ।