Oracle Revokes Placement: ହଜାର ହଜାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କର ଗୋଟିଏ ସ୍ୱପ୍ନ। କ୍ୟାମ୍ପସ୍ ପ୍ଲେସମେଣ୍ଟ ମଧ୍ୟରେ ଡେ-ଜିରୋ ଅଫର, ମାନେ ସୁରକ୍ଷିତ ଚାକିରି। ଡିଗ୍ରୀ ଧରିବାର ପୂର୍ବରୁ, ଉଚ୍ଚ ଦରମାର ଚାକିରି ମିଳିଯାଏ, ମାନସିକ ଚାପ ବି କମିଯାଏ ଓ ଭବିଷ୍ୟତ ସ୍ଥିର ଓ ସୁରକ୍ଷିତ ହୋଇଯାଏ। ଆଉ IIT ଓ NIT ଛାତ୍ରଛାତ୍ରୀଙ୍କ ପାଇଁ ତ ଡେ ଜିରୋ ଅଫର ମାନେ ଜୀବନର ସବୁଠାରୁ ବଡ଼ ସଫଳତା। ବର୍ଷ ବର୍ଷ ଧରି ପ୍ରସ୍ତୁତି କରିବା, ଗୋଟିଏ ମାସରେ ପ୍ଲେସମେଣ୍ଟ ଓ ଜୀବନ ସାରା ଚିନ୍ତାରୁ ମୁକ୍ତି।

ହେଲେ ଚଳିତ ବର୍ଷ ସ୍ଥିତି ପୂରା ଓଲଟା ହୋଇଯାଇଛି ଆଇଆଇଟି ଏନଆଇଟି ଭଳି କଲେଜଗୁଡ଼ିକରେ ବିକଳ ଅବସ୍ଥା ଦେଖିବାକୁ ମିଳିଛି। ଓରାକଲ୍ ଅନେକ IIT ଏବଂ NIT ର ଛାତ୍ରଛାତ୍ରୀମାନଙ୍କୁ ଦେଇଥିବା ପୂର୍ଣ୍ଣକାଳୀନ ଚାକିରି ଅଫରଗୁଡ଼ି(full-time job offers)କୁ ପ୍ରତ୍ୟାହାର କରିନେଇଛି। ଫଳରେ ଏକାଧିକ ଛାତ୍ରଛାତ୍ରୀ ଏବେ ଅଧାରେ ହନ୍ତସନ୍ତ ହେଉଛନ୍ତି। ସୋସିଆଲ୍ ମିଡିଆରେ ଚାକିରି ପାଇଁ ସହଯୋଗ ଲୋଡୁଛନ୍ତି। 

ତେବେ କମ୍ପାନୀ କେତେ ପିଲାଙ୍କୁ ଚାକିରି ଦେଇଥିଲା ? କେତେ ଏବେ ଚାକିରି ପାଇ ନାହାନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ସୂଚନା ମିଳିପାରି ନାହିଁ। ବରଂ ଛାତ୍ରଛାତ୍ରୀମାନେ ଏବେ ଲିଙ୍କଡଇନ୍ ଏବଂ ସୋସିଆଲ ମିଡିଆକୁ ପୁଣିଥରେ ଫେରିବା ସହିତ ଚାକିରି ପାଇଁ ସହଯୋଗ ଲୋଡ଼ୁଛନ୍ତି।

Also Read-  MBA Degrees In Risk: AI ଖାଉଛି ସବୁ ଚାକିରି ! ଏବେ ଛାତ୍ରଛାତ୍ରୀଙ୍କ ବଡ଼ ଚିନ୍ତା, ଏମବିଏ କରିବେ କି ନାହିଁ ?

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କର ଏକ ଅନ୍ଲାଇନ ମଞ୍ଚ Subreddit BTechtards ରେ ଏକ ଭାଇରାଲ୍ ପୋଷ୍ଟ ସୂଚାଇ ଦେଉଛି ଯେ ଏଥର ବହୁ ସଂଖ୍ୟାର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ନିଯୁକ୍ତି ମିଳିପାରି ନାହିଁ। ସମସ୍ତ IIT ରେ ୫୦ରୁ ଅଧିକ ଏବଂ NIT ଓ BITS ରେ ନିଯୁକ୍ତି ପାଇ ନଥିବା ଛାତ୍ରୀଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ଏନେଇ ଶିକ୍ଷା ସଂସ୍ଥାନଗୁଡ଼ିକ ପକ୍ଷରୁ କୌଣସି ଆନୁଷ୍ଠାନକି ସୂଚନା ଦିଆଯାଇ ନାହିଁ, ତେବେ ସୋସିଆଲ୍ ମିଡିଆ ପୋଷ୍ଟ ଚିନ୍ତା ବଢ଼ାଉଛି।

ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ଭୂରାଜନୈତିକ ସମସ୍ୟା, ଏଆଇ ପାଇଁ ଛଟେଇ ମଧ୍ୟରେ ଚାକିରି ମାର୍କେଟ୍ ଅସ୍ଥିର ଥିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି।

ଏଭଳି ସ୍ଥିତି ନେଇ ଛାତ୍ରଛାତ୍ରୀମାନେ ଅନଲାଇନରେ କରିଥିବା ପୋଷ୍ଟ ଭାଇରାଲ ହେଉଛି। ସବୁଠାରୁ ଅଧିକ ସେୟାର ହୋଇଥିବା ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ NIT ୱାରାଙ୍ଗଲର ଆଦିତ୍ୟ କୁମାର ବାରାୱାଲଙ୍କ ପୋଷ୍ଟ ରହିଛି। ସେ ତାଙ୍କ ପୋଷ୍ଟରେ ଓରାକଲ ଚାକିରି ପ୍ରତ୍ୟାହାର କରି ନେବା କଥା କହିଛନ୍ତି। ତାଙ୍କ ପ୍ରୋଫାଇଲ୍ ଠିକ୍ ଥିଲା। ତାଙ୍କୁ ଓରାକଲ ପକ୍ଷରୁ ଡେ-୦ ଅଫର ମିଳିଥିଲା। ତଥାପି କମ୍ପାନୀ ବିନା କାରଣରେ ଅଫର ପ୍ରତ୍ୟାହାର କରି ନେଇଛି।

ଆଦିତ୍ୟ ତାଙ୍କ ପ୍ରୋଫାଇଲ୍ ବି ଶେୟାର କରିଛନ୍ତି।

• AIR 77 ସହିତ NDA ପାସ୍ କରିଛନ୍ତି
• NIT ୱାରାଙ୍ଗଲରେ ପହଞ୍ଚିଛନ୍ତି
• ଏକ ଷ୍ଟାର୍ଟଅପ୍ ତିଆରି କରିଛନ୍ତି ଯାହା 30 ଦିନରେ 1 ଲକ୍ଷ ଟଙ୍କା ରାଜସ୍ୱ ଅତିକ୍ରମ କରିଛି
• AI/ML ଗବେଷଣା ଇଣ୍ଟର୍ନ ଭାବରେ କାମ କରିଛନ୍ତି
• Oracle ରେ ଇଣ୍ଟର୍ନସିପ୍ କରିଛନ୍ତି ଏବଂ PPO ହାସଲ କରିଛନ୍ତି
• ଅନେକ ହ୍ୟାକାଥନ୍ ଜିତିଛନ୍ତି

ଆଦିତ୍ୟଙ୍କ ଏହି ପୋଷ୍ଟ ଉପରେ ଏକାଧିକ କମେଣ୍ଟ ଆସିଥିଲା। ତେବେ ଏଥିରୁ ଜଣାପଡ଼ୁଛି ଯେ କେବଳ ଅଳ୍ପ ପ୍ରସ୍ତୁତିର ପିଲାକୁ ଯେ ଚାକିରି ମିଳୁ ନାହିଁ ତାହା ନୁହେଁ, ଏତେ ଭଲ ସ୍ଥିତିରେ ରହି ବି ଚାକିରି ନାହିଁ। ରେଡିଟ୍ ପୋଷ୍ଟ ଅନୁସାରେ ଆଇଆଇଟିର ଏକାଧିକ ଛାତ୍ରଛାତ୍ରୀ ବାର୍ଷିକ ୩୫ ଲକ୍ଷରୁ ଅଧିକ ଦରମାଯୁକ୍ତ ଚାକିରି ଅଫର ପାଇଥିଲେ। ହେଲେ ଆଇଆଇଟିର ଏକ ଛାତ୍ର ଏକ ଅଫର ନୀତି ଯୋଗୁ ଯେଉଁମାନଙ୍କର ଚାକିରି ପ୍ରତ୍ୟାହାର କରି ନିଆଯାଇଛି ସେମାନେ ଏବେ ଚାକିରି ଖୋଜୁଛନ୍ତି। ଓରାକଲ ଏଭଳି ହଠାତ୍ ଅଫର ପ୍ରତ୍ୟାହାର କରି ନେଇଥିବା ସୋସିଆଲ୍ ମିଡିଆରେ ଏକାଧିକ ପୋଷ୍ଟ ଭାଇରାଲ୍ ହେଉଛି।

Also Read- ନୂଆ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଛି ଡିପ୍ଲୋମା ପାଠ୍ୟକ୍ରମ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ସୂଚନା

ଡାଉନ ଚାକିରି ମାର୍କେଟ୍

ତେବେ କେବଳ ଯେ ଓରାକଲ ଏଭଳି କରିଛି ତାହା ନୁହେଁ, ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଏହିଭଳି କିଛି ପଦକ୍ଷେପ ନେଇଛନ୍ତି। ଅନ୍ୟ ଏକ କମ୍ପାନୀ ନିଯୁକ୍ତି ମାସ ସେପ୍ଟେମ୍ବରକୁ ଘୁଞ୍ଚାଇ ଦେଇଥିବା ଜଣେ ୟୁଜର ରେଡଇଟ୍ରେ ଲେଖିଛନ୍ତି।

ସାରା ବିଶ୍ୱରେ, କମ୍ପାନୀଗୁଡ଼ିକ ନିଯୁକ୍ତିକୁ କଡ଼ାକଡ଼ି କରୁଛନ୍ତି। ଗତ ବର୍ଷ ଧରି, କମ୍ପାନୀଗୁଡ଼ିକ ଖର୍ଚ୍ଚ ହ୍ରାସ କରିଛନ୍ତି, ନିଯୁକ୍ତିକୁ ମନ୍ଥର କରିଛନ୍ତି ଏବଂ ଏଆଇ ଯୋଗୁ କାମର ଢାଞ୍ଚା ପରିବର୍ତ୍ତନ କରି ଶ୍ରମବଳ ହ୍ରାସ କରିଛନ୍ତି। ପ୍ରଥମେ ପ୍ରଥମେ ମଧ୍ୟ-ଶ୍ରେଣୀୟ କର୍ମଚାରୀଙ୍କୁ ପ୍ରଭାବିତ କରିଥିବା ଛଟେଇ ଏବେ ଏଣ୍ଟ୍ରି ଲେବଲ ଚାକିରିକୁ ପ୍ରଭାବିତ କଲାଣି। ଦିନେ କ୍ୟାମ୍ପସ ନିଯୁକ୍ତିକୁ ସୁବଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଉଥିଲା। ହେଲେ ଏବେ ତାହା ଆଉ ସୁରକ୍ଷିତ ହୋଇ ରହି ନାହିଁ।

କମ୍ପାନୀଗୁଡ଼ିକ କମ୍ ଏବଂ ଅଧିକ ସ୍ପେଶିଆଲାଇଜ୍ଡ ପଦବୀ ଉପରେ ଧ୍ୟାନ ଦେଉଛନ୍ତି। ଏହାର ଅର୍ଥ ହେଉଛି କମ୍ ଅଫର, ନିଯୁକ୍ତିରେ ଯୋଗଦାନ ଦେବା ତାରିଖରେ ବିଳମ୍ବ ଓ କିଛି କ୍ଷେତ୍ରରେ ତ ଅଫର ପ୍ରତ୍ୟାହାର କରାଯାଉଛି।ଏହି ପରିବର୍ତ୍ତନ ଏବେ ସବୁଠି ଦେଖାଗଲାଣି। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ କ୍ୟାମ୍ପସ ନିଯୁକ୍ତି ହ୍ରାସ କରୁଛନ୍ତି। ଷ୍ଟାର୍ଟଅପ୍ଗୁଡ଼ିକ ସତର୍କତାର ସହିତ ନିଯୁକ୍ତି ଦେଉଛନ୍ତି। ଏକ ବର୍ଷ ପୂର୍ବେ ଯେଉଁ ପଦବୀଗୁଡ଼ିକର ଚାହିଦା ଅଧିକ ଥିଲା, ଯେପରିକି ସଫ୍ଟୱେର୍ ଡେଭଲପ ଏବଂ ଏଆଇ ଇଞ୍ଜିନିୟରିଂ, ଏବେ ଓପନିଂ ଅପେକ୍ଷା ଅଧିକ କମ୍ପିଟିସନ ଦେଖାଯାଉଛି।

​​​​​​​Also Read- Class 1 toppers chart goes viral: ପ୍ରଥମ ଶ୍ରେଣୀରେ ବି ଟପ୍ପର ଲିଷ୍ଟ, ଖେଳିବା ବୟସରେ ‘ମାର୍କ’ ଚାପ