As AI reshapes white-collar jobs: ଏଆଇ କେବଳ ଚାକିରି ଖାଉନି, ଏହା ପାଠପଢ଼ା କ୍ଷେତ୍ରକୁ ବି ପ୍ରଭାବିତ କଲାଣି। ବର୍ତ୍ତମାନ ଏଆଇର ଯୁଗରେ ଛାତ୍ରଛାତ୍ରୀ କେଉଁ ବିଷୟରେ ଭବିଷ୍ୟତ ଗଢ଼ିବେ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଏହି ଏଆଇ ଟେକ୍ନୋଲୋଜୀ ଶିଳ୍ପଗୁଡ଼ିକୁ ରୂପାନ୍ତରିତ କରୁଛି ଏବଂ ପାରମ୍ପରିକ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଦବୀର ଚାହିଦାକୁ ପୂରା ବଦଳାଇ ଦେଉଛି। କୋଡିଂ ଠାରୁ କନସଲ୍ଟିଂ ପର୍ଯ୍ୟନ୍ତ ଏଆଇପରିଚାଳନା କରୁଥିବାରୁ ନିଯୁକ୍ତି କେଉଁ ଦିଗରେ ମିଳିବ ସେ ନେଇ ସମସ୍ତେ ଚିନ୍ତାରେ।

କନସଲ୍ଟିଂ, ଫାଇନାନ୍ସ, ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟ ଆଦି ଭଳି କିଛି କାର୍ଯ୍ୟକୁ ଏଆଇ ସ୍ୱୟଂଚାଳିତ କରିବା ଆରମ୍ଭ କଲାଣି। ଆଗକୁ ଏ ଦିଗରେ ନିଯୁକ୍ତି ହୋଇ ନପାରେ। ତେଣୁ ଏ ଦିଗରେ ପାଠ ପଢ଼ି ଆଉ ଲାଭ ନାହିଁ। ଏଥିପାଇଁ ଅନେକ ଛାତ୍ରଛାତ୍ରୀ ମହଙ୍ଗା MBA ଡିଗ୍ରୀରେ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏପଟେ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବିଜନେଶ ସ୍କୁଲଗୁଡ଼ିକ MBA ପ୍ରୋଗ୍ରାମରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଏସବୁ ଦୃଶ୍ୟ ବର୍ତ୍ତମାନ ପାଇଁ ଆମେରିକାରେ ଉତ୍କଟ ହେଲାଣି। ଖୁବ୍ଶୀଘ୍ର ଭାରତରେ ବି ଅବସ୍ଥା ସମାନ ହୋଇପାରେ। ତେଣୁ ଏବେ ଠାରୁ ଛାତ୍ରଛାତ୍ରୀମାନେ ଏ ନେଇ ସତର୍କ ହୋଇଗଲେଣି।

MBA କୋର୍ସ ଉପରେ ୫୦% ରିହାତି

ଆମେରିକା ଖବରକାଗଜ ‘ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟ ଅନୁଯାୟୀ, ପର୍ଡୁ ବିଶ୍ୱବିଦ୍ୟାଳୟର ମିଚ୍ ଡାନିଏଲ୍ସ ସ୍କୁଲ୍ ଅଫ୍ ବିଜନେସ୍(Purdue University’s Mitch Daniels School of Business) ଏହାର ଅନଲାଇନ୍ ଏମ.ବି.ଏ. ପ୍ରୋଗ୍ରାମର ଟ୍ୟୁସନ୍ ଫିସ୍ ୪୦ ପ୍ରତିଶତ ହ୍ରାସ କରି ଦେଇଛି। ଏଥିରେ ଦେଶ ବାହାରର ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ $୬୦,୦୦୦ (ପ୍ରାୟ ୫୭ ଲକ୍ଷ ଟଙ୍କା) ରୁ $୩୬,୦୦୦ (ପ୍ରାୟ ୩୪ ଲକ୍ଷ ଟଙ୍କା) କୁ ହ୍ରାସ ପାଇବ।

Also Read- ନୂଆ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଛି ଡିପ୍ଲୋମା ପାଠ୍ୟକ୍ରମ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ସୂଚନା

ସେହିପରି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ଇରଭାଇନ୍ କଲେଜ ଏହାର ଫ୍ଲେକ୍ସ ଏବଂ ଏକଜିକ୍ୟୁଟିଭ୍ ଏମ.ବି.ଏ. କୋର୍ସ ପାଇଁ ଟ୍ୟୁସନ୍ ଫିସ୍ ୩୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ଫଳରେ ଛାତ୍ରଛାତ୍ରୀମାନଙ୍କର $୩୦,୦୦୦ ରୁ $୪୮,୦୦୦ (ପ୍ରାୟ ୨୮ ଲକ୍ଷ ରୁ ୪୫ ଲକ୍ଷ ଟଙ୍କା) ସଞ୍ଚୟ ହେବ।ଜନ୍ସ ହପକିନ୍ସ କେରି ବିଜନେସ୍ ସ୍କୁଲ ମଧ୍ୟ ଚଳିତ ବର୍ଷ ସ୍ୱତନ୍ତ୍ର ମାଷ୍ଟର୍ସ ପ୍ରୋଗ୍ରାମରେ ନାମ ଲେଖାଇଥିବା ମେରିଲ୍ୟାଣ୍ଡ କଲେଜ ସ୍ନାତକଧାରୀଙ୍କୁ ୫୦ ପ୍ରତିଶତ ସ୍କଲାରସିପ୍ ପ୍ରଦାନ କରୁଛି।

AI ପାଇଁ ସୃଷ୍ଟି ହେଉଥିବା ଅସ୍ଥିରତା ବଦଳାଇ ଦେଉଛି କ୍ୟାରିୟର ନିଷ୍ପତ୍ତି

ଦିନକୁ ଦିନ AIର କାର୍ଯ୍ୟ ପରିସର ବଢ଼ୁଛି। ତେଣୁ କେତେବେଳେ ଯେ କେଉଁ କାମରେ ଏଆଇର ଏଣ୍ଟ୍ରି ହେବ ସେ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ତେଣୁ ଏହି ବୃଦ୍ଧି ପାଉଥିବା ଅନିଶ୍ଚିତତା ଅନେକ ବୃତ୍ତିଗତଙ୍କୁ ନିଜର ଦୀର୍ଘକାଳୀନ କ୍ୟାରିଅର ଏବଂ ଶିକ୍ଷା ନିଷ୍ପତ୍ତି ବିଷୟରେ ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ଅନେକ କର୍ମଚାରୀ ତ ଉଚ୍ଚଶିକ୍ଷା ପାଇଁ ଚାକିରି ଛାଡ଼ିବା କିମ୍ବା କ୍ୟାରିଅର ବଦଳାଇବାକୁ ଭୟ କରୁଛନ୍ତି। ସେ ରିସ୍କ ନ ନେଇ ଯେଉଁ ଚାକିରି କରୁଛନ୍ତି, ସେଥିରେ କାଏମ ରହିବାକୁ ପସନ୍ଦ କରୁଛନ୍ତି।

କେତେକଙ୍କ ମନରେ ଭୟ ରହୁଛି ଯେ ଯଦି ଆମେ ଏହି ଷ୍ଟେବଲ ଜବ୍ ଛାଡ଼ି ଦେବୁ ତେବେ AI-ଚାଳିତ ଚାକିରି ବଜାରରେ ଆଉ ଏକ ସୁରକ୍ଷିତ ଚାକିରି ଖୋଜିବା କଷ୍ଟକର ହୋଇପାରେ। ଏହିସବୁ ଘଟଣା ଏକାଠି କରି ଭାବିଲା ବେଳକୁ ଛାତ୍ରଛାତ୍ରୀମାନଙ୍କ ମନରେ M.B.A. ଶିକ୍ଷା ପ୍ରତି ଇଚ୍ଛା କମିଯାଉଛି। ପିଲା ଆଡମିଶନ କରୁ ନାହାନ୍ତି, ଯେଉଁଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଜନେସ ସ୍କୁଲଗୁଡ଼ିକୁ ଭଳି ଭଳି ଲୋଭନୀୟ ଛାତ୍ରବୃତ୍ତି ଏବଂ ଟ୍ୟୁସନ ଫି ହ୍ରାସ ଆଦି ଅଫର ଦେଉଛନ୍ତି।ଶିଳ୍ପ ବିଶେଷଜ୍ଞଙ୍କ ଚେତାବନୀ

ଶିଳ୍ପ ବିଶେଷଜ୍ଞ ଓ ଲିଡରମାନେ ମଧ୍ୟ AI-ଚାଳିତ ଚାକିରି ସମସ୍ୟା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମ୍ ଅଲ୍ଟମ୍ୟାନ୍ ପୂର୍ବରୁ AI-ସମ୍ବନ୍ଧୀୟ ଚାକିରି କ୍ଷତି ବିଷୟରେ ଚେତାବନୀ ଦେଇସାରିଛନ୍ତି। ଥରେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ "ବର୍ତ୍ତମାନର ଅନେକ ଚାକିରି ଚାଲିଯିବ। ମୁଁ ଭାବୁଛି ଆମେ ଅନେକ ନୂଆ ଚାକିରି ବି ସୃଷ୍ଟି ହେବ, ହୁଏତ ସେଗୁଡ଼ିକ ବହୁତ ଭିନ୍ନ ଧରଣରଣ ହୋଇପାରେ।"

ଜୁଲାଇ ୨୦୨୫ରେ ଖବରକାଗଜ ‘ଦ ଗାର୍ଡିଆନ’କୁ ସାକ୍ଷାତକାର ଦେଇ ଆଡାମ ଡୋର ଏଆଇ ଦ୍ୱାରା ଚାକିରି ଯିବା ନେଇ ଭୟଙ୍କର ଭବିଷ୍ୟବାଣୀ କରିଥିଲେ। AI ଅଧିକ ସ୍ମାର୍ଟ ହେଉଛି, ଦିନେ ଏହା କିଛି କ୍ଷେତ୍ରରେ ମାନବ ଶ୍ରମିକର ସ୍ଥାନ ନେବ। ଡୋରଙ୍କ ଅନୁସାରେ, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଲୋକମାନଙ୍କ ଦ୍ୱାରା ସମ୍ପ୍ରତି କରାଯାଉଥିବା ଅଧିକାଂଶ କାର୍ଯ୍ୟ କରିବାକୁ AI ସିଷ୍ଟମଗୁଡ଼ିକୁ ବ୍ୟବହାର କରାଯାଇପାରେ।

Also Read- Class 1 toppers chart goes viral: ପ୍ରଥମ ଶ୍ରେଣୀରେ ବି ଟପ୍ପର ଲିଷ୍ଟ, ଖେଳିବା ବୟସରେ ‘ମାର୍କ’ ଚାପ

ବର୍ତ୍ତମାନ ଯୁଗରେ ଏଆଇ, ପ୍ରଫେସନାଲ, ମ୍ୟାନେଜରିଆଲ୍, କିମ୍ବା ପ୍ରଶାସନିକ ଭୂମିକା( white-collar employment) ଦିଗରେ ଥିବା ଚାକିରିଗୁଡ଼ିକର ସ୍ଥାନ ଅକ୍ତିଆର କରୁଛି। ଏପରି କ୍ଷେତ୍ରରରେ ଏମବିଏ ଭଳି ମ୍ୟାନେଜମେଣ୍ଟ ଡିଗ୍ରୀ କୋର୍ସ ଅଫର କରୁଥିବା ବିଜନେସ ସ୍କୁଲଗୁଡ଼ିକୁ କିପରି ଏହାକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବେ ସେ ନେଇ ସେମାନଙ୍କର ଚିନ୍ତା ବଢ଼ି ଯାଇଛି।

ବର୍ତ୍ତମାନ ଏକ ଅନିଶ୍ଚିତ ଚାକିରି ବଜାର ଭିତରେ ପ୍ରବେଶ କରୁଥିବା ନୂଆ ପିଢ଼ି ପାଇଁ ପୂର୍ବରୁ ଥିବା ପାରମ୍ପରିକ M.B.A. କୋର୍ସଗୁଡ଼ିକ ଯେ ଆଗକୁ ପ୍ରାସଙ୍ଗିକ ରହିବ ତାହା ମନେ ହେଉ ନାହିଁ।