ଭୁବନେଶ୍ୱର ୨୯।୦୯ : ସିଏଜି ରିପୋର୍ଟକୁ ବର୍ଷିଲେ ବିରୋଧୀ । ଉଭୟ ବିଜେଡି ଏବଂ କଂଗ୍ରେସ ସରକାରକୁ କାଠଗଡ଼ାରେ ଛିଡ଼ା କରିଛନ୍ତି । ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟର ବିଭିନ୍ନ ତଥ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସିଏଜି ରିପୋର୍ଟକୁ ନେଇ ବିଜେଡି କହିଛି ଯେ, ଯଦି ସିଏଜି ଏପରି ରିପୋର୍ଟ ଦେଇଛନ୍ତି ତାର ଅନୁଧ୍ୟାନ କରାଯାଉ। ଯଦି ଆଗରୁ ଡକାୟିତ ହୋଇଥିଲା ତାକୁ ଆଳ କରି ଆପଣ ଅଧିକ ଦୁର୍ନୀତି କରିବେ କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଡିଏମଏଫ ଅନିୟମିତତା ବାବଦରେ ପୂର୍ବରୁ ମଧ୍ୟ ଅନେକ ଥର ଉଠିଛି। ଲୋକ ହିତକାରୀ କାର୍ଯ୍ୟରେ ଏ ଟଙ୍କା ବ୍ୟବହାର ନକରି ଅନ୍ୟ କ୍ଷେତ୍ରରେ ବ୍ୟବହାର ହୋଇଛି। ଖଣି ଅଞ୍ଚଳରେ ଏ ଟଙ୍କା ବ୍ୟବହାର ନକରି ଖଣି ଅଞ୍ଚଳ ବାହାରରେ ଏ ଟଙ୍କା ଖର୍ଚ୍ଚ ହୋଇଛି। ଆଇନର ଉଲଂଘନ କରାଯାଇଛି । ଜିଲ୍ଲାପାଳମାନେ ଏ ଟଙ୍କାର ଅପବ୍ୟବହାର କରୁଛନ୍ତି। ଯଦି ୫ଟିରେ ଦୁର୍ନୀତି ହୋଇଛି, ତାହାଲେ ତଦନ୍ତ କାହିଁକି କରୁନ। ସରକାରକୁ ଆସିଲା ପରେ ବଡ଼ ବଡ଼ କଥା କହୁଥିଲ। ଜେଲଖାନା ତିଆରି ରଖିଥିବା କଥା କହୁଥିଲ। ଆମେ ଭୟ କରୁନୁ। ଯଦି ତୁମ ପାଖରେ ପ୍ରମାଣ ଅଛି । ତୁମେ କାହାକୁ ଡ଼ରାଉଛ। ସରକାର ତୁମର। ପୋଲିସ ତୁମର । ତଦନ୍ତ ସଂସ୍ଥା ତୁମର। ତୁମେ ସବୁ ନିଜେ ଅନିୟମିତତାର ଗୁରୁ ହୋଇଛ। ଓଡ଼ିଶାର ଜନ ସାଧାରଣ ସବୁ ଦେଖୁଛନ୍ତି ଠିକ୍ ସମୟରେ ଉତ୍ତର ଦେବେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

Also Read:-Bhadrak youth death : ଡ୍ରେନରେ ପଡ଼ି ଯୁବକ ମୃତ, ବାପା କହିଲେ- କେମିତି ଘଟିଲା ପୂରା ଘଟଣା ?

ସେହିପରି ସିଏଜି ରିପୋର୍ଟକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛି। ରାଜ୍ୟରେ ବିଜେପି-ବିଜେଡି ମିଳିମିଶି ୯ ବର୍ଷ ଶାସନ କଲେ। ଏବେ ଦୁଇ ଦଳ ଏକାକୀ ଅଛନ୍ତି। ତାହା ନହେଲେ ନିର୍ବାଚନ ପୂର୍ବରୁ କହୁଥିଲେ ଆମେ ସରକାରକୁ ଆସିଲେ ତଦନ୍ତ ହେବ। କୁଆଡେ ଗଲା ତଦନ୍ତ। କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଯାହା CAG କହିଛନ୍ତି ଖଣି ଅଞ୍ଚଳରେ ଗାଁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଇନି। ବ୍ୟାପକ ହରିଲୁଟ୍ କରିଛନ୍ତି ଖଣି କାରବାରରେ। ଆମେ ସେଥିପାଇଁ ଆଗରୁ ଦାବି କରିଥିଲୁ ଏବେବି ବିଧାନସଭାରେ ଦାବି କରୁଥିଲା କଂଗ୍ରେସ। ହେଲେ ଜାଣି ଶୁଣି ବିଧାନସଭାକୁ ବନ୍ଦ କରିଦେଲେ। ଯାହାକୁ ନେଇ ଆମେ କଂଗ୍ରେସ ଦଳ ତୃଣମୂଳସ୍ତରକୁ ଯିବ। ସେହିଭଳି MMDR ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାନି ହେବ। ଏହାଦ୍ବାରା ରାଜ୍ୟ 1 ଲକ୍ଷ କୋଟି ରୁ ଅଧିକ ଟଙ୍କା କ୍ଷତି ସହୁଥିବା ବେଳେ ଆମ ଦଳ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଧାନସଭାରେ ଦାବି କରିଥିଲା। ହେଲେ ସରକାର ଆଲୋଚନା ତ କଲେନି ବରଂ ଗୃହକୁ ବନ୍ଦ କରିଦେଲେ।ହେଲେ କଂଗ୍ରେସ ଚୁପ୍ ବସିବନି। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ।