ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ । କେନାଲ ଡିଭିଜନ ଅଫିସ ଭିତର ଡ୍ରେନ୍ ରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । ସଜନା ଗଛରୁ ଶାଗ ତୋଳିବା ବେଳେ ଡ୍ରେନ୍ ରେ ଗଳି ପଡ଼ିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁଯାୟୀ ମୃତକ ଯୁବକ ହେଲେ ସ୍ଥାନୀୟ ସାଳନ୍ଦୀ କଲୋନୀ ବାସିନ୍ଦା ଅକ୍ଷୟ ପ୍ରଧାନ। ସେ କେନାଲ ଡିଭିଜନ ଅଫିସ ପରିସରରେ ଥିବା ଏକ ଶଜନା ଗଛରୁ ଶାଗ ତୋଳିବା ପାଇଁ ଯାଇଥିଲେ। ସେ ସମୟରେ ଏଭଳି ଅଘଟଣ ଘଟିଥିବା ଯାହା ସନ୍ଦେହ କରାଯାଉଛି । ଅଫିସ ପରିସରରେ ଥିବା ଡ୍ରେନର ଢାଙ୍କୁଣି ନଥିବାରୁ ଅକ୍ଷୟ ଗଳି ପଡ଼ିଥିବା ସୂଚନା ମିଳିଛି । ଭଦ୍ରକ ଅଗ୍ନିଶମ ବାହିନୀ ଡ୍ରେନ୍ ରୁ ମୃତଦେହ ଉଦ୍ଧାର କରିବା ପରେ ମୃତକଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପ୍ରକୃତରେ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହେଲା ? ଏହା ଏକ ଦୁର୍ଘଟଣା ନା ହତ୍ୟା, ଏହାକୁ ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ୍।

Also Read- Kalinga Ghat Landslide: ଆଉ ନାହିଁ ସେହି ଗହଳି ଚହଳି, କାହିଁକି ଶ୍ରୀହିନ ପାଲଟି ଯାଇଛି କଳିଙ୍ଗା ଘାଟି ?