ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଖୁସି ଖବର। ସରକାରୀ କମ୍ପାନି ଅଏଲ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ (ONGC), ଆରବ ସାଗରରେ ଥିବା ଏହାର ଦାମନ ଅପସାଇଡ ଡେଭଲପମେଣ୍ଟ ପ୍ରକଳ୍ପରୁ ଆରମ୍ଭ କରିଛି ଗ୍ୟାସ ଉତ୍ପାଦନ। ଫଳରେ ଏହା ବିଶ୍ବରେ ଲାଗିରହିଥିବା ସଙ୍କଟ ସମୟରେ ଭାରତର ଘରୋଇ ଶକ୍ତି ଯୋଗାଣକୁ ଆହୁରି ମଜଭୁତ କରିବା ନେଇ ଅନୁମାନ କରାଯାଉଛି।

ଷ୍ଟକ ମାର୍କେଟକୁ ଦେଇଥିବା ତଥ୍ୟ ଅନୁସାରେ, କମ୍ପାନି କହିଛି ମୁମ୍ବାଇର ଉତ୍ତର ପଶ୍ଚିମରେ ୧୮୦ କିମି ଏବଂ ଗୁଜରାଟର ପିପାଭାବ ଠାରୁ ୮୦ କିଲୋମିଟର ଦୂରରେ ଥିବା ଏହି ପ୍ରକଳ୍ପ ‘‘ ପ୍ଲାଟଫର୍ମ ବି-୧୨-୨୪ପିରୁ ମାର୍ଚ୍ଚ ୨୯ରେ ଗ୍ୟାସ ଉତ୍ତୋଳନରେ ଏକ ମହତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି।’’ କମ୍ପାନି କହିଛି, ଏହି ପ୍ଲାଟଫର୍ମକୁ ସଫଳତାପୂର୍ବକ ସକ୍ରିୟ କରାଯାଇଛି। ଆଉ ପ୍ରଥମ ଥର ଏଠାରୁ ଉତ୍ତୋଳନକୁ ହୋଇଥିବା ଗ୍ୟାସକୁ ହଜିରା ପ୍ଲାଣ୍ଟକୁ ପଠାଯାଇଛି।’’ ଏହା ମଧ୍ୟ କୁହାଯାଇଛି ଯେ, ପ୍ରକଳ୍ପ କାମ ପାଇବା ଦିନଠାରୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହୋଇପାରିଛି।

ଏହି ପ୍ରୋଜେକ୍ଟ ଦ୍ବାରା ୨୧.୫ ବିଲିୟନ କ୍ୟୁବିକ୍ ମିଟର ଗ୍ୟାସ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪ ନୂଆ ବେଲ୍ହେଡ୍ ପ୍ଲାଟଫର୍ମ (ବି-୧୨-୨୪ ସମେତ) ଏବଂ ୧୪୦ କିଲୋମିଟର ଲମ୍ବ ପାଇପଲାଇନର ବ୍ୟବହାର କରି ଗ୍ୟାସକୁ ହଜିରା ପ୍ଲାଟ ପର୍ଯ୍ୟନ୍ତ ପଠାଯିବ। ପ୍ରତିଦିନ ପ୍ରାୟ ୫ ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟରରୁ ଅଧିକ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି। ଅବଶ୍ୟ ଏବେ କେତେ ଉତ୍ପାଦନ ହେଉଛି ସେନେଇ ଓଏନଜିସି କୌଣସି ତଥ୍ୟ ଦେଇନାହିଁ।

Also Read: Explainer: ଯୁଦ୍ଧ ମଧ୍ୟରେ ବି ପଡ଼ିନାହିଁ ପ୍ରଭାବ, ଜାଣନ୍ତୁ କେଉଁଠୁ ଆସୁଛି PNG ?

ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ପ୍ରକଳ୍ପ ଆରମ୍ଭ ହେବା, ସୁଦୃଢ଼ ପ୍ରକଳ୍ପ କାର୍ଯ୍ୟକାରିତା, ନୂତନ ଭାବରେ ଡ୍ରିଲ୍- ଡେକରର ବ୍ୟବହାର, ଡ୍ରିଲିଂ ଏବଂ ଉତ୍ପାଦନ ଟିମ୍ର ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇପାରିଛି। ଏହି ଉପଲବ୍ଧି ଦାମନ ଅପସାଇଡ ଡେଭଲପମେଣ୍ଟ ପ୍ରୋଜେକ୍ଟ (DUDP)ରୁ ଗ୍ୟାସର ମୁଦ୍ରିକରଣର ଆରମ୍ଭର ପ୍ରତୀକ।’’ ପର୍ଯ୍ୟାୟକ୍ରମେ ସବୁ କୂଅରୁ ଉତ୍ପାଦନ ବୃଦ୍ଧି କରାଯିବ।