ବଲାଙ୍ଗିର: ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁ। ଶୁକ୍ରବାର ବଲାଙ୍ଗିର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି । ଜବତ ମଦକୁ ଥାନାରୁ ଗାଏବ କରିବା, ବାଲି ମଫିଆ, ଗୋରୁ ଚାଲାଣ ମାଫିଆଙ୍କ ସହ ସମ୍ପୃକ୍ତି ଆଦି ଅଭିଯୋଗ ପରେ ତଦନ୍ତ କ୍ରମେ କାର୍ଯ୍ୟରେ ଅବହେଳା ଦର୍ଶାଇ କରିଛନ୍ତି ନିଲମ୍ବନ କରିଛନ୍ତି ଏସପି।

ସୂଚନାଥାଉକି, ସାଲେଭଟା ନିକଟରେ ଥିବା ମଣ୍ଟୁ ଢାବାରୁ ପ୍ରାୟ ୧୦୦ ବୋତଲ ମଦ ଜବତ କରାଯାଇଥିଲା। କିନ୍ତୁ ତାଲିକାରେ ଏହାକୁ ୧୦ ବୋତଲ ଦର୍ଶାଯାଇଥିବା ନେଇ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ଏବଂ ଏହାର ତଦନ୍ତ କରିବା ପାଇଁ ବଲାଙ୍ଗିର ଏସପି ଏସଡିପିଓ ଓ ଲୋଇସିଂହା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି କ୍ରମରେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରିବା ସହ କଣ୍ଟାବାଞ୍ଜି ଏସଡିପିଓଙ୍କ କାର୍ଯ୍ୟାଳୟରେ ସବୁଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read: ଜଳଖିଆ ବାହାନାରେ ମହିଳା ଥାନାରୁ ଚମ୍ପଟ, ବେଙ୍ଗାଲୁରୁରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ