ଭୁବନେଶ୍ୱର: ରାଜ୍ୟରେ ପଡ଼ିଲେଣି ଥଣ୍ଡା। ୫ଟି ସହରର ପାରଦ ୧୫ ଡିଗ୍ରୀ ତଳକୁ ରହିଛି। ବର୍ତ୍ତମାନ ୧୪ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ କରିବେ ଲୋକ। ୧୫ରୁ ସାମାନ୍ୟ ବଢିବ ପାରଦ। ୧୮ରୁ ପୁଣି ଶୀତ ଅନୁଭବ ହେବ। ତାମିଲନାଡୁରେ ହେବାକୁ ଥିବା ସିଷ୍ଟମ ପ୍ରଭାବରେ ରାଜ୍ୟରେ ମଧ୍ୟ ବର୍ଷା ହେବା।

୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ୨୨ରୁ ଅଧିକ ଖସିବ ପାରଦ। ବର୍ତ୍ତମାନ ରାଜ୍ୟରେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଛି। ଯାହା ଫଳରେ ଶୀତ ଅନୁଭବ ହେଉଥିବା ସେ କହିଛନ୍ତି।