ରାୟଗଡ଼ା ୨୧।୦୫ : ଭିଜିଲାନ୍ସ ପଞ୍ଝାରେ RWSS ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକାସଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ୍ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର RWSS ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ରାୟଗଡ଼ା ସମେତ କଲୋନୀ ଏବଂ ବ୍ରହ୍ମପୁରର ୬ଟି ସ୍ଥାନରେ ଚାଲିଛି ଚଢାଉ । ପୈୃତକ ଘର ଏବଂ ଅଫିସରେ ଏକାସଙ୍ଗେ ଚଢାଉ କରୁଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

Also Read:-Murder Case : ପରକୀୟା ସଂପର୍କ ଦେଖିବାରୁ ମାରିଦେଲେ, ପ୍ଲଟ ବ୍ୟବସାୟୀ ମୃତ୍ୟୁର ଖୋଲିଲା ରହସ୍ୟ…