ଭୁବନେଶ୍ୱର ୦୧।୦୮: ଶନିବାର ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର ।

ଶନିବାର ସଂଧ୍ୟା ୬ଟା । ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ତେବେ ଶନିବାର ବସିବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ ।