ଭୁବନେଶ୍ୱର ୦୯।୦୬ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ଆକ୍ସନ। ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।

ତେବେ ନିଲମ୍ବନ ହୋଇଥିବା ଯନ୍ତ୍ରୀମାନେ ହେଲେ, ବରଗଡ଼ ଜଳସେଚନ ଡିଭିଜନର ସୁପାରିଟେଣ୍ଡ ଇଞ୍ଜିନିଅର ମଦନ ମୋହନ ସେଠୀ. ଭେଡେନ ଜଳସେଚନ ସବ ଡିଭିଜନ ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ ନିଲମ୍ବିତ । ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛି ଜଳସମ୍ପଦ ବିଭାଗ ।

Also Read:-୧୧ରୁ ଖସିବ ତାପମାତ୍ରା, କୋପ ଦେଖାଇବ କାଳବୈଶାଖୀ, ୮୦ କିମି ବେଗରେ ବହିବ ପବନ

ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବାକ୍ସ କଣ୍ଡକ୍ଟ ନିର୍ମାଣ, ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।