ଭୁବନେଶ୍ବର: ନୂଆବର୍ଷ ୨୦୨୭କୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଆସନ୍ତାବର୍ଷ କେଉଁ ଦିନ ମିଳିବ ଛୁଟି, କେଉଁ ପର୍ବପର୍ବାଣୀରେ ବନ୍ଦ ରହିବ ସରକାରୀ ଅଫିସ୍, ତାହାର ପୂରା ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ୨୦୨୭ ପାଇଁ ମୋଟ୍ ୨୯ଟି ସରକାରୀ ଛୁଟି ସହ ଅପ୍ସନାଲ୍ ହଲିଡେ ତାଲିକା ମଧ୍ୟ ପ୍ରକାଶ ପାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାନୁଆରୀ ମାସରେ ଦୁଇଟି ଛୁଟି ମିଳିବ। ମକର ସଂକ୍ରାନ୍ତି ୧୪ ରେ ଓ ସାଧାରଣତତ୍ତ୍ୱ ଦିବସ ୨୬ରେ । ଫେବ୍ରୁଆରି ୧୧ ତାରିଖରେ ବସନ୍ତ ପଞ୍ଚମୀ ଛୁଟି ରହିଛି। ମାର୍ଚ୍ଚ ମାସରେ ପାଞ୍ଚଟି ଛୁଟି ରହିଛି ।

ସେହିପରିମାର୍ଚ୍ଚ ୬ରେ ମହାଶିବରାତ୍ରୀ, ୧୦ରେ ଇଦ୍-ଉଲ୍-ଫିତର, ୨୨ରେ ଦୋଳ ପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ୍ ଫ୍ରାଇଡେ । ସେହିପରି ଏପ୍ରିଲ୍ରେ ତିନିଟି ଛୁଟି-୧ରେ ଉତ୍କଳ ଦିବସ, ୧୪ରେ ଆମ୍ବେଦକର ଜୟନ୍ତୀ/ମହାବିଷୁବ ସଂକ୍ରାନ୍ତି ଓ ୧୫ରେ ଶ୍ରୀରାମ ନବମୀ ।

ମେ’ ୧୭ରେ ଇଦ୍-ଉଲ୍ -ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ। ଜୁନ୍ ମାସରେ ୪ଟି ଛୁଟି ମିଳିବ- ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍ । ଜୁଲାଇ ୫ ତାରିଖରେ ରଥଯାତ୍ରା ଛୁଟି ରହିଛି । ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି । ସେପ୍ଟେମ୍ବରରେ ତିନିଟି ଛୁଟି- ୪ରେ ଗଣେଷ ପୂଜା, ୬ରେ ନୂଆଖାଇ(ପରଦିନ) ୩୦ରେ ମହାଳୟା।

Also Read:-ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ଅକ୍ଟୋବରରେ ସର୍ବାଧିକ ୬ ଦିନ ଛୁଟି ରହିଛି । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଅଷ୍ଟମୀ, ୮ରେ ମହାନବମୀ, ୧୦ ରେ ଦଶମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦୀପାବଳୀ । ଡିସେମ୍ବର ୨୫ରେ ବଡ଼ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇନାହିଁ। ଇଚ୍ଛାଧୀନ ଛୁଟି ଭାବେ ଘୋଷଣା ହେଉଥିବା ଆଉ ୫ଟି ଉତ୍ସବ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଥିବାରୁ ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ।