​​​​​​​ଭୁବନେଶ୍ବର: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଦେଓରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସର ଅତିରିକ୍ତ ଦାୟିତ୍ବ ମିଳିଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓରଞ୍ଜନ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ, ସେ ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ।

ବିଷ୍ଣୁପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଛନ୍ତି । ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି କରାଯାଇଛି । ହେଲେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ । ମାନ୍ସୀ ନିମ୍ଭାଲ ହେଲେ ମିଶନ ଶକ୍ତି ବିଭାଗ ସଚିବ । ପ୍ରେମଚନ୍ଦ ଚୌଧୁରୀ ମତ୍ସ୍ୟ ପଶୁ ସମ୍ପଦ ସଚିବ ନିଯୁକ୍ତ ହୋଇଛନ୍ତି ।

​​​​​​​

ସେହିଭଳି ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ ଦିଆଯାଇଛି । ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ବରେ ମଧ୍ୟରେ ରହିବେ ଆଇଏଏସ୍ ଚିତ୍ରା ଅରୁମୁଗମ । ଉଷା ପାଢ଼ୀଙ୍କୁ ଇଡ୍କୋ ଅଧ୍ୟକ୍ଷା ଦାୟତ୍ବ ମିଳିଥିବା ବେଳେ, ସେ ନଗର ଉନ୍ନୟନ ଦାୟିତ୍ବରେ ମଧ୍ୟ ରହିବେ । ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି ।ଏନବିଏସ୍ ରାଜପୁତ ନୂଆ ପରିବହନ ପ୍ରମୁଖ ସଚିବ ହେବେ । OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍ ରାଜପୁତ ।

ଗିରିଶ ଏସଏନଙ୍କୁ OMC ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଏହା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ । ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି । ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍ଡି ଦାୟିତ୍ବ ମିଳିଥିବା ବେଳେ, ସେ ପର୍ଯ୍ୟଟନ ବିଭାଗ ଦାୟିତ୍ବ ବି ତୁଲାଇବେ । ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ । କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ ।

ଅନୁପମ ଶାହଙ୍କୁ ଓବିସିସି ଏମଡିର ଅତିରିକ୍ତ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ । ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ । ଦକ୍ଷିଣାଞ୍ଚଳ RDC ସହ ଉତ୍ତରାଞ୍ଚଳ RDC ଦାୟିତ୍ବରେ ମଧ୍ୟ ସେ ରହିବେ । ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ । ସୁଧାଂଣୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC । ଓଡ଼ିଶା ଖଣି ନିଗମ ଏମଡି ଦୟିତ୍ବରେ ବି ରହିବେ ସୁଧାଂଣୁ ମୋହନ । ସାଦୀକ୍ ଆଲମ ହେଲେ CRUTର ନୂଆ ଏମ୍ଡି । ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ବରେ ରହିବେ ସାଦୀକ୍ ଆଲମ ।