ଭୁବନେଶ୍ଵର: ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୦ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୭ ଟି ବିଭାଗର ୧୦ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ଟି, ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଏହିପରି ମୋଟ ୬ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଗୋଟିଏ ପ୍ରସ୍ତାବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ସମ୍ପର୍କିତ ଥିଲା l

୧. କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ

- ମେରିନ୍ ଫିସିଂ ରେଗୁଲେସନ୍ ୧୯୮୨ ରିପ୍ଲେସ୍ - ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬’ ଆସିବ

- ମତ୍ସ୍ୟଜୀବୀ ସୁରକ୍ଷା ପ୍ରାଥମିକତା - ସମୁଦ୍ରରେ ସୁରକ୍ଷା ଓ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯିବ.

- ବେଆଇନ୍ ମାଛଧରା ବନ୍ଦ - ଇଲିଗାଲ୍ ଫିସିଂ ଆକ୍ଟିଭିଟି ଉପରେ କଡା ରୋକ ରହିବ।

- ଟେକ୍ନୋଲୋଜି ବ୍ୟବହାର - ମନିଟରିଂ ଓ ସଂରକ୍ଷଣ ପାଇଁ ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବ।

- ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଲାଭ କେମିତି ଦିଆଯିବ ସେ ନେଇ ସେମାନଙ୍କ ମନିଟରିଂ ବ୍ୟବସ୍ଥାରେ ସୁଧାର ଅଣାଯିବ।

୨. ଚାକିରି, ଆଇନ୍ + ଓଡ଼ିଆ ଭାଷା ବିଭାଗ

- କୋର୍ଟ ମ୍ୟାନେଜର ପଦବୀ ନିୟମିତ - ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ।

- ଗ୍ରୁପ୍-Dରୁ ଜୁନିଅର୍ କ୍ଲର୍କ୍ - କୋର୍ଟ ନନ୍-ଜୁଡିସିଆଲ୍ ଷ୍ଟାଫଙ୍କୁ ପ୍ରମୋସନ୍ ରାସ୍ତା ଖୋଲିଲା । ଗ୍ରୁପ ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଜୁନିଅର୍ କ୍ଲର୍କ ପଦରେ ପଦୋନ୍ନତି ମିଳି ପାରିବ।

- ପ୍ରତ୍ନତତ୍ଵ ନିର୍ଦ୍ଦେଶାଳୟ – ଏହି ବିଭାଗରେ ଅଲଗା ଡାଇରେକ୍ଟୋରେଟ୍ ଗଠନ, ଷ୍ଟାଫ୍ ଓ ଟେକ୍ନିକାଲ୍ ପଦବୀ ପୂରଣ କରାଯିବ।

- ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ ୨୦୨୬ ଅନୁସାରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ।

- ST-SC ବିଭାଗ - ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମ ବଦଳିଲା, ସର୍କଲ୍ ଇନ୍ସ୍ପେକ୍ଟରଙ୍କ ପଦୋନ୍ନତି ସହଜ ହେବ।

୩. ଶିଳ୍ପ | ଶକ୍ତି + ଖାଦ୍ୟ ଯୋଗାଣ ବିଭାଗ

- ୮୫୪ କୋଟିର ପାୱାର୍ ପ୍ରୋଜେକ୍ଟରେ OPTCL 400 KV ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ ତିଆରି କରିବ।

- ଥର୍ମାଲ୍ ପଲିସି ସଂଶୋଧନ ପରେ ଭବିଷ୍ୟତ IPPରୁ ରାଜ୍ୟକୁ 5% ବିଜୁଳି ମିଳିବ, ଆଗରୁ ୧୪%/୧୨% ଥିଲା ।

- MoU ସହଜ - ‘Proposed MoU’ ବଦଳରେ ସିଧା ‘MoU with future IPPs’ । ଯାହା ପ୍ରଭାବରେ ଚୁକ୍ତିନାମା ସ୍ଵାକ୍ଷରିତ ସହଜ ହେବ.

- ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ - ୧୯୭୯ ହାଇ ସ୍ପିଡ୍ ଡିଜେଲ୍ ଅର୍ଡର ରିପିଲ୍, ୨୦୨୬ ନୂଆ ଅର୍ଡର ଆଧାରରେ ପେଟ୍ରୋଲ ପମ୍ପକୁ ଲାଇସେନ୍ସ ମିଳିବା ସହଜ ହେବ।

- Ease of Doing Business - ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର NOC ଯଥେଷ୍ଟ ହେବ। ଏହା ରାଜ୍ୟରେ ନିବେଶ ଓ କାରବାରକୁ ସୁଗମ କରିବ।

୪. ସ୍ଵାସ୍ଥ୍ୟ | ଇନ୍ଫ୍ରା ଓ ଆଇନ୍

- 400 KV ଗ୍ରିଡ୍ - ମେଡିକାଲ୍ କଲେଜ୍, ହସ୍ପିଟାଲ୍ରେ 24x7 ବିଜୁଳି ସୁନିଶ୍ଚିତ ହେବ।

- ପାୱାର୍ ପ୍ଲାଣ୍ଟରେ ପରିବେଶ ନିୟମ କଡା - IPPଗୁଡିକ ଏନ୍ଭାଇରନ୍ମେଣ୍ଟାଲ୍ ନର୍ମସ୍ ମାନିବେ।

- ୩୫୮ ଆଇନ୍ ରଦ୍ଦ - ଅପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ଆଇନ୍ ବି ଯିବ ।

- କୋର୍ଟ କାମ ଦ୍ରୁତ - ମେଡିକାଲ୍ ନେଗ୍ଲିଜେନ୍ସ କେସ୍ ଶୀଘ୍ର ସମାଧାନ କରାଯିବ।

- ଡିଜେଲ୍ ସହଜ - ଆମ୍ବୁଲାନ୍ସ ଓ ମେଡିକାଲ୍ ଭ୍ୟାନ୍ ପାଇଁ ଇନ୍ଧନ ସମସ୍ୟା କମିବ ।

୫. ମହିଳା | ନିଯୁକ୍ତି ଓ ସୁରକ୍ଷା

- କୋର୍ଟ ପ୍ରମୋସନ୍ - ମହିଳା ଗ୍ରୁପ୍-D କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ।

- ମେରିନ୍ ଫିସିଂ ଆଇନ୍ - ମହିଳା ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।

- ପ୍ରତ୍ନତତ୍ତ୍ଵ ବିଭାଗ - ନୂଆ ନିଯୁକ୍ତିରେ ମହିଳାଙ୍କୁ ସୁଯୋଗ ମିଳିବ।

- SHG ଲିଙ୍କ୍ - ପାୱାର୍ ପ୍ରୋଜେକ୍ଟରୁ SHG ଚାଲୁଥିବା ୟୁନିଟ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯିବ।

- ପୁରୁଣା ଆଇନ୍ ରଦ୍ଦ - ମହିଳା ବିରୋଧୀ ପୁରୁଣା ଧାରା ସମାପ୍ତ ହେବ।

୫- କ୍ୟାବିନେଟରେ ST-SC ବିଭାଗରୁ ବଡ଼ ଘୋଷଣା କରାଯାଇଛି | ନୂଆ ନିୟମରେ ମୋଟ୍ ୧୦୩୨ଟି ପୋଷ୍ଟ ସୃଷ୍ଟି ହୋଇଛି। ଏଥିରୁ ଜୁନିଅର୍ ଆସିଷ୍ଟାଣ୍ଟ ୬୩୦, ସିନିଅର୍ ଆସିଷ୍ଟାଣ୍ଟ ୨୪୯, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ୧୦୦ ଓ ସେକ୍ସନ୍ ଅଫିସର୍ ୫୩ଟି ପଦବୀ ରହିଛି।