ଭୁବନେଶ୍ୱର ୧୮।୦୯ : ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ୯ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ଅକ୍ଟୋବର ୩ରେ ସରିବ। ଏହି ସ୍ବଳ୍ପକାଳୀନ ଅଧିବେଶନ ବେଶ୍ ସରଗରମ ରହିବାକୁ ଯାଉଛି ।

ଚଳିତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣନୀତି କରିଛନ୍ତି I ପାଠ୍ୟ ପୁସ୍ତକ ତ୍ରୁଟିରୁ ନେଇ ଖଣିକୁ ନେଇ ଥିବା MMDR ସଂଶୋଧନ ବିଲକୁ ନେଇ ବିରୋଧୀ ସରକାରଙ୍କୁ ଆକ୍ରମଣ କରିବେ। ଏହାସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ମହାନଦୀ ପ୍ରସଙ୍ଗ ଆଦି ଅନେକ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । 

Also Read:-ରାଜ୍ୟରେ ଆସୁଛି ବଡ଼ ବର୍ଷା, ୨୨ରୁ ୨୬ ଯାଏଁ ପ୍ରବଳ ଛେଚିବ

ଅନ୍ୟପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ଅଭିଯୋଗକୁ ନିଜ ସଫଳତା କାର୍ଡରେ ମାତ୍ ଦେବାକୁ ପ୍ରସ୍ତୁତ ରହିଛି । ସଂସଦର ମୌସୁମୀ ଅଧିବେଶନରେ ଖଣିକୁ ନେଇ MMDRର ସଂଶୋଧନ ବିଲ୍ ପାରିତ ହୋଇଥିବାବେଳେ ରାଜ୍ୟରେ ଏହାକୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ଦଳ । ସେହିପରି ପାଠ୍ୟପୁସ୍ତକ ବିଭ୍ରାଟ, ଚାଷୀ ପ୍ରସଙ୍ଗ, ଆଇନଶୃଙ୍ଖଳା ଓ ଦରବୃଦ୍ଧି ଭଳି ପ୍ରମୁଖ ପ୍ରସଙ୍ଗ ରହିଛି।