ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କର ତୃତୀୟ ପକ୍ଷ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ତୀବ୍ର ବିରୋଧ କରିଛି। ଦୁଇ ଦେଶର ସୀମା ବିବାଦରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ହୋଇପାରିବ ନାହିଁ ବୋଲି ଭାରତ କହିଛି। ବଲେନ୍ଦ୍ର ସାହଙ୍କ ଏହି ଆଭିମୁଖ୍ୟୟକୁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର (ବାଲେନ) ଶାହା ନିକଟରେ ସୀମା ବିବାଦ ସମାଧାନ ପାଇଁ ଚୀନ୍ ଏବଂ ବ୍ରିଟେନର ସହଯୋଗ ଲୋଡିବା କଥା କହିଥିଲେ। ଏହାର ଦୁଇ ଦିନ ପରେ ଭାରତ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି।ନେପାଳ ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ ଯେ କାଠମାଣ୍ଡୁ କେବଳ ସୀମା ବିବାଦ ବିଷୟରେ ଭାରତ ସହିତ କଥାବାର୍ତ୍ତା କରୁନାହିଁ ବରଂ ବେଜିଂ ଏବଂ ଲଣ୍ଡନ ସହିତ ମଧ୍ୟ ଯୋଗାଯୋଗରେ ଅଛି।

ଏହାର ଦୁଇ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଏବଂ ନେପାଳ ମଧ୍ୟରେ ସୀମା ସମ୍ବନ୍ଧୀୟ ସମସ୍ତ ବିଷୟ ସମାଧାନ ପାଇଁ ଦ୍ୱିପାକ୍ଷିକ ବ୍ୟବସ୍ଥା ରହିଛି। ସେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ପ୍ରାୟ ୯୮ ପ୍ରତିଶତ ସୀମା ଚିହ୍ନଟ (demarcation) କାର୍ଯ୍ୟ ଶେଷ ହୋଇସାରିଛି। ଗଣ୍ଡକ ନଦୀର ଗତିପଥ ପରିବର୍ତ୍ତନ ହେତୁ କିଛି ଅଞ୍ଚଳରେ ସମସ୍ୟା ରହିଛି ଏବଂ ସେଠାରେ 'ନୋ ମ୍ୟାନ୍ସ ଲ୍ୟାଣ୍ଡ' (dashgaja) ସହ ଜଡିତ ସୀମା ଅତିକ୍ରମ ତଥା ଅନୁପ୍ରବେଶର ମାମଲା ମଧ୍ୟ ରହିଛି, ଯାହାର ମ୍ୟାପିଂ କାର୍ଯ୍ୟ ଉଭୟ ଦେଶ ମିଳିତ ଭାବେ କରୁଛନ୍ତି। ଜୟସ୍ୱାଲ ଦୋହରାଇଛନ୍ତି ଯେ, ଭାରତ ଓ ନେପାଳର ଏହି ଦ୍ୱିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଭୂମିକା ନାହିଁ।

Also Read- ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ନିଷ୍ପତ୍ତି ! ବିମାନ ଇନ୍ଧନ ରପ୍ତାନି ଉପରେ ଲଗାଇଲେ ପ୍ରତିବନ୍ଧକ; ଜାଣନ୍ତୁ ଭାରତ ଉପରେ କି ପ୍ରଭାବ ପଡ଼ିବ

ଉଲ୍ଲେଖଯୋଗ୍ୟ ଯେ, ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା ନିକଟରେ ସଂସଦରେ ବୟାନ ଦେଇ କହିଥିଲେ ଯେ କେବଳ ଭାରତ ନୁହେଁ, ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତୀୟ ଭୂମିରେ ଅନୁପ୍ରବେଶ କରିଛି। ଏହାକୁ ନେଇ ନେପାଳରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଏବଂ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଏହାର ପ୍ରମାଣ ଦେବା କିମ୍ବା କ୍ଷମା ମାଗିବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ନେପାଳ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟଟି 'ନୋ ମ୍ୟାନ୍ସ ଲ୍ୟାଣ୍ଡ' ଅଞ୍ଚଳରେ ସୀମା ଅତିକ୍ରମ ସହ ଜଡିତ ଥିଲା।

ଭାରତ ଓ ନେପାଳ ମଧ୍ୟରେ କ୍ଷେତ୍ରଗତ ଦାବିକୁ ନେଇ ମତଭେଦ

ଭାରତ-ନେପାଳ ସୀମାର ପଶ୍ଚିମାଞ୍ଚଳରେ ଥିବା ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଅଞ୍ଚଳକୁ ନେଇ ମୁଖ୍ୟତଃ ବିବାଦ ଦେଖାଦେଇଛି। ନେପାଳ ଦାବି କରୁଛି ଯେ ଏହି ଅଞ୍ଚଳଗୁଡ଼ିକ ତା’ର, ଅନ୍ୟପକ୍ଷରେ ଭାରତ କହୁଛି ଯେ ଏହି ତିନୋଟିଯାକ ଅଞ୍ଚଳ ଉତ୍ତରାଖଣ୍ଡ ରାଜ୍ୟର ଅଂଶବିଶେଷ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈୟସ୍ୱାଲ ଉଲ୍ଲେଖ କରିଛନ୍ତି ଯେ ଭାରତ ଓ ନେପାଳ ମଧ୍ୟରେ ଅଧିକାଂଶ ସୀମା ବିବାଦର ସମାଧାନ ହୋଇସାରିଛି। ଏନେଇ ସେ କହିଛନ୍ତି, "ଭାରତ-ନେପାଳ ସୀମାର ପ୍ରାୟ ୯୮ ପ୍ରତିଶତ ଅଂଶ ଚିହ୍ନଟ ହୋଇସାରିଥିବା ବେଳେ, କିଛି ଅଂଶ ଏବେ ବି ଅସମାହିତ ହୋଇ ରହିଛି। ଗଣ୍ଡକ ନଦୀର ଗତିପଥ ପରିବର୍ତ୍ତନ ହେତୁ ଏହି ସ୍ଥିତି ଉପୁଜିଛି।"

ଜୈସୱାଲ ବିବାଦୀୟ ଅଞ୍ଚଳ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି ଯେ ଉଭୟ ପକ୍ଷ ସୀମାର ଚିହ୍ନଟ ହୋଇସାରିଥିବା ଅଂଶଗୁଡ଼ିକରେ ଅଧିକାର ଓ ଅନୁପ୍ରବେଶ ମାମଲାର ମିଳିତ ଭାବେ ଯାଞ୍ଚ କରୁଛନ୍ତି। ସେ କହିଛନ୍ତି, "ଏହା ବ୍ୟତୀତ ସୀମାର ଚିହ୍ନଟ ହୋଇଥିବା ଅଂଶଗୁଡ଼ିକରେ ସୀମାନ୍ତ ଅଞ୍ଚଳରେ ଅଧିକାର ଏବଂ ଅନୁପ୍ରବେଶର ମାମଲା ରହିଛି, ଯାହାକୁ ବର୍ତ୍ତମାନ ମିଳିତ ଭାବେ ଚିହ୍ନଟ କରାଯାଉଛି।"

Also Read- ୭୦ ବର୍ଷ ପୁରୁଣା ଶାନ୍ତିର ରାସ୍ତା କାହିଁକି ଛାଡ଼ିଲା ଜାପାନ, ଚୀନକୁ ମାତ୍ ଦେବା ପାଇଁ ଘନଘନ ନିଷ୍ପତ୍ତି; ସାଜୁଛି କି ASEANର ରକ୍ଷକ ?

ତେବେ ସଂସଦରେ ନେପାଳ ପ୍ରଧାନମନ୍ତ୍ରୀଙ୍କର ବଲେନ ଶାହାଙ୍କ ବକ୍ତବ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ ଅନୁପ୍ରବେଶ ସମସ୍ୟା କେବଳ ଗୋଟିଏ ପଟରୁ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ନେପାଳ ମଧ୍ୟ ଭାରତୀୟ ଭୂଖଣ୍ଡରେ 'ଅନୁପ୍ରବେଶ' କରିଛି।

ମନ୍ତବ୍ୟ ଦେଇ ଫସିଲେ ନେପାଳ ପ୍ରଧାନମନ୍ତ୍ରୀ

ସେପଟେ ନେପାଳ ମଧ୍ୟ ଭାରତର ଭୂମି ମାଡିବସିଥିବା ନେପାଳ ପ୍ରଧାନମନ୍ତ୍ରୀ ବଲେନ ଶାହା କହିବା ପରେ ବର୍ତ୍ତମାନ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି। ଏଭଳି ମନ୍ତବ୍ୟ ପରେ ନେପାଳର ରାଜନୈତିକ ବଳୟରେ ଅସନ୍ତୋଷ ଦେଖାଦେଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହାକୁ ନେଇ ସେଠାରେ ବିରୋଧ ପ୍ରଦର୍ଶନ ହେବା ସହ ରାଜନୈତିକ ଚାପ ବଢିବାରେ ଲାଗିଛି। ନେପାଳ ଭାରତର କେଉଁ ସ୍ଥାନକୁ ଅତିକ୍ରମ କରିଛି, ବଲେନ ଶାହ ତାର ଉତ୍ତର ଦିଅନ୍ତୁ, ନହେଲେ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳଗୁଡିକ ଦାବି କରିଛନ୍ତି।