ତେହେରାନ, ୩୦/୦୪ : ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେଲେ ଇରାନ ସଂସଦର ବାଚସ୍ପତି । ଟ୍ରମ୍ପଙ୍କ ଧମକକୁ କଲେ କାଉଣ୍ଟର୍ । ଇରାନର ତୈଳ ଉତ୍ପାଦନ ଏବଂ ପାଇପକୁ ଧ୍ୱଂସ କରିବା ପାଇଁ ଟ୍ରମ୍ପ୍ ଦେଇଥିବା ଧମକର ଜବାବ ଦେଇଛନ୍ତି ବାଚସ୍ପତି ମହମ୍ମଦ ବଘେର୍ ଘାଲିବାଫ୍ ।

Also Read :- DJ ସାଉଣ୍ଡ ଶୁଣି ପ୍ରାଣ ହରାଇଲେ ୧୪୦ କୁକୁଡା ! ପୋଲିସରେ ଅଭିଯୋଗ କଲେ ଫାର୍ମ୍ ମାଲିକ

ମହମ୍ମଦ କହିଛନ୍ତି ଯେ, ଟ୍ରମ୍ପ୍ ରାଜନୈତିକ ଉଦ୍ଦେଶ୍ୟ ରଖି ବୟାନବାଜି କରୁଛନ୍ତି । ଧମକକୁ ତିନି ଦିନ ବିତିଗଲାଣି । କିନ୍ତୁ କୌଣସି ତୈଳକୂପରେ ବିସ୍ଫୋରଣ ହୋଇନାହିଁ । ଟ୍ରମ୍ପ୍ ୩୦ ଦିନ ସମୟ ନିଅନ୍ତୁ । ଯଦି କିଛି ତୈଳକୂପରେ ବିସ୍ଫୋରଣ ହୁଏ ତେବେ ଇରାନ ଏହାକୁ ଲାଇଭ୍ ଦେଖାଇବ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ବାଚସ୍ପତି କହିଛନ୍ତି ଯେ, ଆମେରିକା ଅନେକ କଟକଣା ଲଗାଉଛି । ଯାହା ଟ୍ରମ୍ପଙ୍କ ପାଇଁ ବୁମେରାଂ ହେବ । ଏହା କେବଳ ଖରାପ ଯୋଜନା ନୁହେଁ ବରଂ ଖରାପ ବିଚାରଧାରା ମଧ୍ୟ ଅଟେ ।

ଆମେରିକାର କଟକଣା

ନିକଟରେ ଆମେରିକା ଇରାନ ତୈଳ ଉପରେ କଟକଣା ଲଗାଇଥିଲା । ଫଳରେ ସମୁଦ୍ରରେ ଇରାନର ୧୪୦ ମିଲିୟନ ବ୍ୟାରେଲ୍ ଅଶୋଧିତ ତୈଳ ଫସି ରହିଛି । କଟକଣା ପାଇଁ ଗନ୍ତବ୍ୟସ୍ଥଳକୁ ଯାଇପାରୁନି । ଏହାକୁ ନେଇ ଆମେରିକାର ସଚିବ ସ୍କଟ୍ ବେସେଣ୍ଟ୍ କହିଛନ୍ତି ଯେ, ଆମେରିକା ଇରାନର ତେଲକୁ ଇରାନ ବିରୋଧରେ ବ୍ୟବହାର କରିବ । ଏହାସହ ଅନେକ ଦେଶ ଉପରେ ନୂଆ ତୈଳ କ୍ରୟ ନେଇ କଟକଣା ଲାଗିଛି ।

ଏପରିକି ତିନି ଦିନ ତଳେ ଟ୍ରମ୍ପ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ଇରାନର ତୈଳ ଭିତ୍ତିଭୂମି ଭୁଶୁଡିବାରେ ଲାଗିଛି । ସେମାନଙ୍କ ପାଖରେ ଆଉ ଷ୍ଟୋରେଜ୍ ନାହିଁ । ଅନ୍ୟ ଦିଗରେ ଇରାନର ତୈଳ ଅଧିକାରୀ ଦେଶରେ ପର୍ଯ୍ୟାପ୍ତ ଷ୍ଟୋରେଜ୍ କ୍ଷମତା ଥିବା ପ୍ରକାଶ କରିଛନ୍ତି ।