ଝାରସୁଗୁଡ଼ା ୨୪।୫: ପ୍ରସବ ପରେ ନବଜାତ ଶିଶୁ କନ୍ୟା ଖସି ପଡି ମୃତ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଘଟିଛି ଏହି ପରି ଅଘଟଣ । କର୍ମଚାରୀଙ୍କ ଅବହେଳା ଅଭିଯୋଗ କଲେ ପରିବାର ଲୋକେ । ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ।

ମଚିଦା ଗ୍ରାମର ଜଣେ ଗର୍ଭବତି ମହିଳାଙ୍କୁ ଆଜି ଅପରାହ୍ନରେ ପ୍ରସବ ପାଇଁ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣା ଯାଇଥିଲା । ପ୍ରସବ ପରେ ଚିକିତ୍ସାଳୟର କର୍ମଚାରିଙ୍କୁ ଅବହେଳା ଯୋଗୁଁ ନବଜାତ ତଳେ ଖସି ପଡିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।