କଟକ ୧୪।୦୧ : ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଛନ୍ଦି ହେବେ କି କଣ୍ଠଶିଳ୍ପୀ ଅର୍ପିତା । ସୋମେଶ ଶତପଥୀଙ୍କ ଆଗୁଆ ଜାମିନ ଆବେଦନର ଭବିଷ୍ୟତ କଣ ହେବ । ଉଭୟଙ୍କୁ ଆସନ୍ତା ୧୬ ତାରିଖ ଯାଏଁ ଉଭୟଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି । ଏପରି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ଆସନ୍ତା ୧୬ ତାରିଖରେ ହ୍ୟୁମାନଙ୍କ ମା ହାଇକୋର୍ଟରେ ନିଜର ପକ୍ଷ ରଖିବେ କି ନାହିଁ । ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି । ଏସବୁ ଭିତରେ ଆଇନ ବିଶାରଦମାନେ କୁହନ୍ତି କି, ଯଦିଓ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରନ୍ତି । ହେଲେ ସେଥିପାଇଁ ନିମ୍ନ ଅଦାଲତ କିଛି ସର୍ତ୍ତ ରଖିପାରନ୍ତି । କିନ୍ତୁ ହ୍ୟୁମାନଙ୍କ ମାଙ୍କୁ ନୋଟିସ ହେବାର ଅର୍ଥ ହେଲା, କାଳେ ଅଭିଯୋଗାକୀର ହୁଏତ କୋର୍ଟରେ ଅଧିକ କିଛି ତଥ୍ୟ ରଖିପାରନ୍ତି । ଯାହା ସେ ଏତଲାରେ ଦର୍ଶାଇ ନାହାନ୍ତି ।

ଅନ୍ୟପଟେ ପୋଲିସ ମଧ୍ୟ ତଦନ୍ତରେ କେଇ ପାଦ ଆଗକୁ ବଢିଛି ମର୍କତ ନଗର ଥାନାର ଏତଲା ଅନୁସାରେ ପ୍ରାୟ ସମସ୍ତ ଅଭିଯୁକ୍ତଙ୍କୁ ଜେରା ସରିଛି । ହ୍ୟୁମାନ ବ୍ୟାଙ୍କ ଡିଟେଲ୍ସ ହସ୍ତଗତ ହେବା ପରେ ସମସ୍ତ ଆର୍ଥିକ କାରବାରର ଗୁମର ଖୋଲିପାରେ । କିନ୍ତୁ ମୂଳ ପ୍ରସଙ୍ଗ ହେଲା, ପୁରା ତଦନ୍ତ ଚାଲୁଥିବା ବେଳେ ୧୬ ତାରିଖ ସୁଦ୍ଧା ହାଇକୋର୍ଟରେ କେସ୍ ଡାଏରୀ ଦାଖଲ କରି ପାରିବ ତ ପୋଲିସ ?

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୭ରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ହ୍ୟୁମାନଙ୍କ ମୃତ୍ୟୁର ୧ ମାସ ୪ ଦିନ ପରେ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ଏତଲା ଦେଇଥିଲେ । ଯେଉଁଥିରେ ହ୍ୟୁମାନଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି । ତାଙ୍କୁ ଗୀତ ଗାଇବା ଲାଗି ବାଧ୍ୟ କରାଯାଇଛି । ତାଙ୍କ ଅର୍ଜିତ ଧନକୁ ହରିଲୁଟ ମଧ୍ୟ କରାଯାଇଛି । ଏହିସବୁ ଅଭିଯୋଗରେ ଛନ୍ଦି ହୋଇଛନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସମେତ ୯ ଜଣ । ଏତଲାରେ ଦୀର୍ଘ ଦିନ ପରେ ପୋଲିସ ଯେମିତି ଚୁପ୍ ବସିଥିବା ବୋଲି ଅନୁଭବ ହେଉଥିଲା । କିନ୍ତୁ ହାଇକୋର୍ଟଙ୍କ କେସ୍ ଡାଏରୀ ଲୋଡିବା ପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ଏସବୁ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଡାକି ଜେରା କରିସାରିଛି ପୋଲିସ । ଖାଲି ବାକି ରହିଲା ଆର୍ଥିକ କାରବାରର କଥା । ଯାହାର ଗୁମର ଖୋଲିଲେ ପୁରା ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।