ନୂଆଦିଲ୍ଲୀ:ଫର୍ଟିଲିଟି ସେକ୍ଟରରେ ଦ୍ରୁତ ବୃଦ୍ଧି ହେଉଥିବା ଗଡ଼ବଡ଼କୁ ଦୃଷ୍ଟିରେ ରଖି ଆଇଭିଏଫ କ୍ଲିନିକ୍, ସହାୟକ ପ୍ରଜନନ ଟେକନିକ୍ (ଏଆରଟି) କ୍ଲିନିକ୍ ଓ ଅଣ୍ଡାଣୁ-ଶୁକ୍ରାଣୁ ବ୍ୟାଙ୍କକୁ ନିୟନ୍ତ୍ରିତ କରୁଥିବା ନିୟମ ଓ ଆଇନର ବ୍ୟାପକ ସମୀକ୍ଷା ନିମନ୍ତେ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ମହିଳାଙ୍କ ପ୍ରଜନନ ଅଧିକାର ଓ ସମ୍ମାନ ରକ୍ଷା ସମେତ ସେମାନଙ୍କ ସୁରକ୍ଷା କରିବା ବୋଲି କୁହାଯାଇଛି। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଆଶା ମେନନ୍ ଏହି କମିଟିର ଅଧ୍ୟକ୍ଷତା କରିବେ।

ଆୟୋଗ ଏକ ବୟାନରେ କହିଛନ୍ତି ଯେ ସବୁ ଏଆରଟି କ୍ଲିନିକ୍ ଅଣ୍ଡାଣୁ-ଶୁକ୍ରାଣୁ ବ୍ୟାଙ୍କ ନିମନ୍ତେ ଯଦିଓ ନ୍ୟାସନାଲ ଏଆରଟି ଆଣ୍ଡ ସରୋଗେସୀ ରେଜିଷ୍ଟ୍ରିରେ ପଞ୍ଜିକରଣ ଆବଶ୍ୟକ, ତଥାପି କେବଳ ନିୟମର ପାଳନ ଅନୈତିକ ଉପାୟକୁ ରୋକିବା ଲାଗି ଯଥେଷ୍ଟ ନୁହେଁ। ଫର୍ଟିଲିଟି ସେକ୍ଟରରେ ମେଡିକାଲ ଟୁରିଜିମ ବଢିବା ଯୋଗୁ ଭାରତର ଆଇନଗତ ସୁରକ୍ଷା ଉପାୟର ସମ୍ଭାବିତ ଉଲ୍ଲଂଘନକୁ ନେଇ ଚିନ୍ତା ରହିଛି। ଏଥିରେ ଲିଂଗ ଚୟନ ରୋକିବାକୁ ଉପାୟ ମଧ୍ୟ ସାମିଲ। ଆୟୋଗଙ୍କ ଅନୁସାରେ ଅଲଗା ଅଲଗା ରାଜ୍ୟରେ ଚିକିତ୍ସାର ଏକାଭଳି ପ୍ରୋଟକଲ ନଥିବାରୁ ମହିଳାଙ୍କୁ ଅନାବଶ୍ୟକ ପ୍ରକ୍ରିୟା, ଦେଖାଶୁଣାର ଅମାନ ମାନକ ଓ ଆର୍ଥିକ ଶୋଷଣରୁ ରକ୍ଷା କରିବା ଲାଗି ମଜଭୁତ ମନିଟରିଂର ଆବଶ୍ୟକତା ଅନୁଭବ କରାଯାଉଛି।

ଆୟୋଗଙ୍କ କହିବା କଥା ହେଉଛି କମିଟି ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲଜି (ରେଗୁଲେସନ) ଆକ୍ଟ ୨୦୨୧, ସରୋଗେସୀ (ରେଗୁଲେସନ) ଆକ୍ଟ ୨୦୨୧ ଓ ୨୦୨୬ରେ ଅଧିସୂଚିତ ସମ୍ପର୍କିତ ସଂଶୋଧନ ନିୟମ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବ। ଏହା ସହମତି, ଟ୍ରେସେବିଲିଟି, ସମ୍ପର୍କିତ ଏବେକା ସୁରକ୍ଷା ଉପାୟର ଯାଞ୍ଚ କରିବ, ଏଥିରେ ଏପରି ନିୟାମକୀୟ ଓ ପ୍ରକ୍ରିୟାତ୍ମକ ଅଭାବର ଚିହ୍ନଟ କରିବ ଯେଉଁଥିରେ ଶୋଷଣ ଓ ଠକେଇ ହୋଇ ପାରେ। ଏଣୁ ସଂସ୍ଥାଗତ ଉତ୍ତରଦାୟିତ୍ୱ ଦୃଢ କରିବା ଲାଗି ସୁପାରିଶ କରିବ। କମିଟି ଏଆରଟି କ୍ଲିନିକ୍ ଓ ଆଇଭିଏଫ କ୍ଲିନିକଙ୍କ ଲାଗି ଏପରି ଏସଓପି ପ୍ରାସ୍ତାବନା କରିବେ ଯାହା ପୁରା ସେକ୍ଟରରେ ନୈତିକ ଚିକିତ୍ସାର ଉପାୟ, ଷ୍ଟାଣ୍ଡାର୍ଡ କ୍ଲିନିକାଲ ପ୍ରୋଟକଲ ଏବଂ ଅଧିକ ପାରଦର୍ଶିତାକୁ ପ୍ରୋତ୍ସାହନ ଦେବ। ଏହି ସୁଧାରର ଉଦ୍ଦେଶ୍ୟ ଫର୍ଟିଲିଟି ଚିକିତ୍ସା କରାଉଥିବା ମହିଳାଙ୍କୁ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ମଜଭୁତ ସୁରକ୍ଷା ସୁନିଶ୍ଚିତ କରିବା।