ସତ ମୁଖାଗ୍ନି କିନ୍ତୁ ମିଛ ଶବ l ମିଳୁନି ପ୍ରିୟଜନଙ୍କ ମୃତଦେହ l କୁଶପୁତ୍ତଳିକା ରଖି ସତ୍କାର କରୁଛନ୍ତି ଆତ୍ମୀୟ ସ୍ଵଜନ l ନୀରବରେ କାନ୍ଦୁଛି ନେପାଳ l ବନ୍ୟା ସବୁ କିଛି ବର୍ବାଦ କରିଦେଲା l ବିଶାଳକାୟ ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକଙ୍କ ପ୍ରାଣ ଯାଇଛି l କିନ୍ତୁ କାହାର ମୃତଦେହ ମିଳୁଛିତ ଆଉ କାହାର ମିଳୁନି l ଯେତେ ଖୋଜିଲେ ବି ମାଟି ,ମଟାଳ ଭିତରୁ ମିଳୁନି ମୃତ ଶରୀର l କ୍ଷଣିକ ଭିତରେ ଜୀବନ୍ତ ମଣିଷ ଗୁଡାକ କେଉଁଠି ହଜି ଗଲେ l ମାଟି ଉପରେ ଯେତେ ମୁଣ୍ଡ ବାଡେଇ କାନ୍ଦିଲେବି ସେମାନଙ୍କର ଖୋଜ ଖବର କିଛି ମିଳୁନି l ଶେଷରେ ଅପେକ୍ଷାର ସୀମା ଶେଷ ହୋଇଛି l ମନକୁ ବୁଝେଇ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକ ମିଛ ଶବକୁ ମୁଖାଅଗ୍ନି ଦେଉଛନ୍ତି l ମନ ଭିତରଟା କିପରି ଜାଳି ଉଠୁଛି l ଯେତେବେଳେ ନିଜ ଲୋକର ମୃତ ଦେହ ମିଳେନି ସତେବେଳେ ନଡାର ଏକ କୁଶପୁତ୍ତଳିକା କୁ ଶବ ମନ କରି ତା ଶବ ସତ୍କାର କରିବାକୁ ପଡେ l ଏକଥା ହୁଏତ ପ୍ରଥମ ଥର ପାଇଁ ନେପାଳରେ ଦେଖିବାକୁ ମିଳୁଛି I

ସମସ୍ତଙ୍କ ପାଇଁ ଏହା ଅଜବ ,ଅଜଣା ଓ ଅଶୁଣା କଥା ହେଇଥାଇ ପରେ କିନ୍ତୁ ନେପାଳ ପାଇଁ ଏହା ପରିସ୍ଥିତିର ନିର୍ବିକଳ୍ପ ରାସ୍ତା I ପ୍ରକୃତର ନିଷ୍ଠୁରତା ଆଗରେ ଆଜି ହିମାଳୟ କାନ୍ଦୁଛି l କିଛ ଦିନ ପୂର୍ବରୁ ଯେଉଁଠି କୋଳାହଳ ଥିଲା ଆଜି ସେଠି ଚିତ୍କାର ,ଲୁହ ଓ ଶବ ଖୋଜା ଚାଲିଛି l ସତେ ଯେପରି ମାଟି ଭିତରେ ଶୋଇରହିଛନ୍ତି ହଜାର ହଜାର ମୃତ ଶରୀର l ଅଗଷ୍ଟ ୨୬ ର ସେହି କାଳ ରାତିକୁ କେବେ ଭୁଲିପାରିବନି ନେପାଳ l ପ୍ରକୃତିର ଭୟଙ୍କର ବନ୍ୟା ମାତ୍ର କିଛି ଘଣ୍ଟା ମଧ୍ୟରେ ୧୨୦୦୦ ସହରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଗଲା l ୪୦୦୦ ରୁ ଅଧିକ ଲୋକ ଆଜିବି ଅଜଣା ଆଶଙ୍କା ଭିତରେ ନିଖୋଜ ଅଛନ୍ତି l କାଠ ମାଣ୍ଡୁର ତ୍ରିଭୁବନ ହସ୍ପିଟାଲ ପରିସର ଏବେ ଶବର ପାହାଡ଼ ଓ ଶୋକାକୁଳ ଆତ୍ମାର କାନ୍ଦର କମ୍ପିଉଠୁଛି l ମା ଟିଏ ନିଜ ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ବସିଛି ହେଲେ ଅନେକ ଲୋକଙ୍କ ଆଶା ଏବେ ମଉଳିବାକୁ ବସିଛି I ଯେଉଁ ଶବ ସବୁ ମାଟି ତଳୁ ମିଳୁଛି ସେ ସବୁ ଏତେ ମାତ୍ରାରେ ନଷ୍ଠ ହୋଇଯାଇଛି ଯେ ଫିଙ୍ଗର ପ୍ରିଣ୍ଟ ନେଇ ଶବ ଚିହ୍ନଟ କରିବା ମଧ୍ୟ ଅସମ୍ଭବ I ରୋଗ ବ୍ୟାପିବାର ଭୟରେ ମିଳୁଥିବା ମୃତ ଦେହକୁ ସଙ୍ଗେ ସଙ୍ଗେ ଗାତ ଖୋଳି ପୋତି ଦିଆଯାଉଛି I ପରିବାର ଲୋକଙ୍କୁ ଛୁଇଁବାତ ଦୂରର କଥା ଦେଖିବାକୁ ମଧ୍ୟ ସୁଯଗ ଟିକେ ମିଳୁନି I

ଯେତେ ଖୋଜିଲେ ବି ସେମାନଙ୍କ ପ୍ରିୟ ଜନ ମିଳିବେନି I ଯେତେ ଚେଷ୍ଟା କଲେ ବି ଆଉ ତାଙ୍କ ସନ୍ଧାନ ପାଇବେନି I ଏ କଠୋର ସତ୍ୟ କୁ ସମସ୍ତେ ଗ୍ରହଣ କରି ସାରିଲେଣି I ଆଉ ସେଥି ପାଇଁ ନଡ଼ାରେ ତିଆରି ହେଉଛି ନିଖୋଜ ପ୍ରିୟ ଜନଙ୍କ କୁଶ ପୁତ୍ତଳିକା I ହିନ୍ଦୁ ରୀତିନୀତି ଅନୁସାରେ ସେହି କୁଶପୁତ୍ତଳିକାକୁ ଦାହ କରି ପରିବାର ଲୋକମାନେ କରୁଛନ୍ତି ଶେଷ କୃତ୍ୟ I ଆଖିରେ ଲୁହ ମନରେ ଅସୁମାରୀ କୋହ I ହୃଦୟକୁ ପଥର କରି ପରିବାର ଲୋକେ ଏଭଳି କରିବାକୁ ବାଧ୍ୟ ହେଉଛନ୍ତି I ତେବେ କାହାର ପାପ ପାଇଁ ନେପାଳ ଭୋଗୁଛି ଏହି ଯମ ଯନ୍ତ୍ରଣା I ନେପାଳର ଏହି ହୃଦୟ ବିଦାରକ ଦୃଶ୍ୟ ସମଗ୍ର ମାନବ ଜାତିକୁ ଦୋହଲେଇ ଦେଇଛି I