ନୂଆଦିଲ୍ଲୀ/ପୁଣେ: ସାରା ଦେଶରେ ଚହଳ ପକାଇଥିବା NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ (CBI) କୁ ମିଳିଛି ଏକ ବଡ଼ ସଫଳତା। ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖ୍ୟ ସୂତ୍ରଧର ବା ‘କିଙ୍ଗପିନ୍’ କୁହାଯାଉଥିବା ପୁଣେର ଜଣେ କେମିଷ୍ଟ୍ରି ଲେକ୍ଚରରଙ୍କୁ ଗିରଫ କରିଛି ସିବିଆଇ। ଗିରଫ ଅଭିଯୋଗୀଙ୍କ ନାମ ପି.ଭି. କୁଲକର୍ଣ୍ଣୀ ଏବଂ ସେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସହ ସିଧାସଳଖ ଜଡ଼ିତ ଥିଲେ।

ଟ୍ୟୁସନ କ୍ଲାସରେ ପ୍ରଶ୍ନ ଓ ଉତ୍ତର ଡିକ୍ଟେଟ୍ କରିଥିଲେ ପ୍ରଫେସର

CBI ର ସୂଚନା ଅନୁଯାୟୀ, ଗିରଫ କୁଲକର୍ଣ୍ଣୀ ଜଣେ ଅବସରପ୍ରାପ୍ତ କଲେଜ ପ୍ରଫେସର ଏବଂ ସେ ଦୀର୍ଘ ବର୍ଷ ଧରି NEET ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା NTA ର ବିଶେଷଜ୍ଞ ପ୍ୟାନେଲ୍ର ସଦସ୍ୟ ଥିଲେ। ଏହି କାରଣରୁ ମେ’ ୩ ତାରିଖରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ତାଙ୍କ ପାଖରେ ପହଞ୍ଚିଥିଲା। ଏପ୍ରିଲ ଶେଷ ସପ୍ତାହରେ ସେ ନିଜ ପୁଣେ ବାସଭବନରେ ଏକ ‘ସିକ୍ରେଟ୍ ଟ୍ୟୁସନ କ୍ଲାସ’ ଆୟୋଜନ କରିଥିଲେ। ସେଠାରେ ସେ କିଛି ମନୋନୀତ ପରୀକ୍ଷାର୍ଥୀଙ୍କୁ NEET ପରୀକ୍ଷାର ପ୍ରଶ୍ନ, ମଲ୍ଟିପୁଲ୍ ଚଏସ୍ ଅପସନ୍ ଏବଂ ସଠିକ୍ ଉତ୍ତର ଖାତାରେ ଲେଖାଇଥିଲେ। ଏଥିପାଇଁ ସେ ପରୀକ୍ଷାର୍ଥୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ତଦନ୍ତ ବେଳେ ପିଲାଙ୍କ ଖାତାରେ ଲେଖାଥିବା ପ୍ରଶ୍ନ ପ୍ରକୃତ ପରୀକ୍ଷା ପେପର ସହ ସମ୍ପୂର୍ଣ୍ଣ ମିଶିଯାଉଛି ।

Also Read: NEET UG 2026 Aspirant Suicide Paper Leak | NEET-UG ପ୍ରଶ୍ନପତ୍ର ଲିକ୍‌ର କରୁଣ ପରିଣତି, ପରୀକ୍ଷା ବାତିଲ ଦୁଃଖରେ ଦିଲ୍ଲୀରେ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା

ଏପର୍ଯ୍ୟନ୍ତ ୭ ଜଣ ଗିରଫ

ଏହି ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ୭ ଜଣଙ୍କୁ ଗିରଫ କଲାଣି। କୁଲକର୍ଣ୍ଣୀଙ୍କୁ ସହଯୋଗ କରୁଥିବା ମନୀଷା ୱାଘମାରେଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଏହା ସହିତ ରାଜସ୍ଥାନର ଜୟପୁରରୁ ମାଙ୍ଗିଲାଲ୍ ଏବଂ ଦୀନେଶ ବିୱାଲଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ମିଳିଛି ଯେ, ଏହି ପରିବାର ରାଜସ୍ଥାନର ସିକର ଅଞ୍ଚଳରେ ଥିବା କୋଚିଂ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ବିକ୍ରି କରିବା ସହ ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ମେଡିକାଲ ପରୀକ୍ଷା ପେପର ଲିକ୍ କରି ମୋଟା ଅଙ୍କର ଟଙ୍କା କମାଉଥିଲେ।

Also Read: ନୂଆ ପ୍ରଜାତିର ବିଶାଳକାୟ ଡାଇନୋସର ଆବିଷ୍କୃତ, ବୈଜ୍ଞାନିକଙ୍କ ହାତରେ ଲାଗିଲା ୧୨୦ ନିୟୁତ ବର୍ଷ ତଳର ରହସ୍ୟ

ଗେସ୍ ପେପରରେ ଥିଲା ସବୁ ପ୍ରଶ୍ନ!

ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ୟୁଟରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ଗେସ୍ ପେପର’ (୨୮୧ ପ୍ରଶ୍ନ ବିଶିଷ୍ଟ) ରେ NEET ପରୀକ୍ଷାର ବାୟୋଲୋଜିର ସମସ୍ତ ୯୦ଟି ଯାକ ପ୍ରଶ୍ନ ଏବଂ କେମିଷ୍ଟ୍ରିର ସମସ୍ତ ୪cell ପ୍ରଶ୍ନ ସାମିଲ ଥିଲା। ଅର୍ଥାତ୍ ପରୀକ୍ଷାର ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ରୂପେ ବାହାରକୁ ଆସିସାରିଥିଲା।

Also Read: Vastu Tips: ଆପଣଙ୍କ ବଡ ଶତ୍ରୁ ଘରର ସିଢି ତଳେ ରଖାଯାଇଥିବା ଜିନିଷ, ତୁରନ୍ତ ହଟାନ୍ତୁ ନଚେତ ମିଳିବନି ସଫଳତା

ସୂଚନାଯୋଗ୍ୟ ଯେ, ମେ’ ୩ ତାରିଖରେ ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ମାତ୍ର ଏହି ବଡ଼ ଦୁର୍ନୀତି ସାମ୍ନାକୁ ଆସିବା ପରେ ଗତ ମେ' ୧୨ ତାରିଖରେ NTA ପରୀକ୍ଷାକୁ ବାତିଲ କରିଦେଇଛି। ଏବେ ଆସନ୍ତା ଜୁନ୍ ୨୧ ତାରିଖରେ NEET-UG ୨୦୨୬ ର ପୁନଃ ପରୀକ୍ଷା କରାଯିବ ବୋଲି ଘୋଷଣା ହୋଇଛି।