ନୂଆଦିଲ୍ଲୀ: ଆଜିଠାରୁ ନୌତପା ଆରମ୍ଭ ହୋଇଛି । ଧାର୍ମିକ ମାନ୍ୟତା ଅନୁସାରେ, ସୂର୍ଯ୍ୟଙ୍କ ରୋହିଣୀ ନକ୍ଷତ୍ର ପ୍ରବେଶ ସହ ନୌତପା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ନୌତପାର ଏହି ଅବଧି ମେ ୨୫ରୁ ଜୁନ୍ ୨ ଯାଏଁ ରହିବ । ଜ୍ୟୋତିଷ ଏବଂ ବିଜ୍ଞାନିକ ଉଭୟ ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟ ଦେବ ଯେତେବେଳେ ଚନ୍ଦ୍ରମାର ନକ୍ଷତ୍ର ରୋହିଣୀରେ ପ୍ରବେଶ କରନ୍ତି, ସେତେବେଳେ ପୃଥିବୀର ତାପମାତ୍ରା ଅଧିକ ହୋଇଥାଏ ଏବଂ ଏହି ଅବଧିକୁ ନୌତପା କୁହାଯାଏ । ଚଳିତ ବର୍ଷ ସୂର୍ଯ୍ୟର ଏହି ନକ୍ଷତ୍ର ପରିବର୍ତ୍ତନ ଓ ନୌତପାର ଅବଧି ସମସ୍ତ ୧୨ ରାଶି ଉପରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି ।

ମେଷ ରାଶି (Aries): ସୂର୍ଯ୍ୟଙ୍କ  ଏହି ପରିବର୍ତ୍ତନ ଆପଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବ । ଅଟକି ରହିଥିବା କାମ ସଫଳତାର ସହ ପୂରଣ ହେବ ଏବଂ କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ବିବାହ ପାଇଁ ପ୍ରସ୍ତାବ ଆସିପାରେ ।

ବୃଷ ରାଶି (Taurus): ନୌତପା ପ୍ରଭବାରେ ସମାଜ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ମଜଭୁତ ହେବ । ଅଟକି ରହିଥିବା ଧନ ପ୍ରାପ୍ତ ହୋଇପାରେ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସବୁଠାରୁ ଶ୍ରେଷ୍ଠ ସମୟ । ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ ବଡ଼ ଲାଭ ହେବାର ସଂକେତ ଅଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ ମଜବୁତ ହେବ ।

ମିଥୁନ ରାଶି (Gemini): ଏହି ସମୟରେ ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଉପରେ ନିୟନ୍ତ୍ରଣ ରଖନ୍ତୁ । କୋର୍ଟ-କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଦୌଡ଼ାଦୌଡ଼ି ଯୋଗୁଁ ଶାରୀରିକ କ୍ଲାନ୍ତି ଅନୁଭବ ହୋଇପାରେ । ଦୂର ଯାତ୍ରା ସମୟରେ ସାବଧାନ ରୁହନ୍ତୁ ।

କର୍କଟ ରାଶି (Cancer):  ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବନ୍ଧୁମିଳନର ଯୋଗ ରହିଛି । ମା’ଙ୍କ ପକ୍ଷରୁ ସୁଖ ଓ ଆଶୀର୍ବାଦ ମିଳିବ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ପୁରୁଣା ବିନିଯୋଗରୁ ଭଲ ଲାଭ ମିଳିବ ।

ସିଂହ ରାଶି (Leo): ସୂର୍ଯ୍ୟ ଆପଙ୍କ ରାଶିର ସ୍ୱାମୀ ଏବଂ ଏହାର ରୋହଣୀ ନକ୍ଷତ୍ରରେ ପ୍ରବେଶ ଆପଣଙ୍କ କ୍ୟାରିୟର ପାଇଁ ନୂଆ ରସ୍ତା ଖୋଲିପାରେ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ । ଚାକିରିରେ ପଦୋନ୍ନତି କିମ୍ବା ବେତନ ବୃଦ୍ଧିର ଯୋଗ ହେଉଛି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ପରିବାର ପାଇଁ ସମୟ ବାହାର କରିବା କଷ୍ଟକର ହେବ, ଯେଉଁଥି ପାଇଁ ସାମାନ୍ୟ ମନୋମାଳିନ୍ୟ ହୋଇପାରେ ।

କନ୍ୟା ରାଶି (Virgo):  ନୌତପାରେ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ଏବଂ କୌଣସି ତୀର୍ଥଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ । ଉଚ୍ଚଶିକ୍ଷା ପାଇଁ କରୁଥିବା ପ୍ରୟାସ ସଫଳ ହେବ ।

ତୁଳା ରାଶି (Libra):  ଏହି ସମୟରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ । ଗାଡ଼ି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ, ପେଟ ଜନିତ ସମସ୍ୟା ଦେଖାଦେଇପାରେ । ବାଦ-ବିବାଦରୁ ନିଜକୁ ଦୂରେଇ ରଖନ୍ତୁ ।

ବିଛା ରାଶି (Scorpio): ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ଅତି ମଧୁର ହେବ । ବ୍ୟବସାୟରେ ଲାଭ ମିଳିବ । ପୁରୁଣା ରୋଗରୁ ମୁକ୍ତି ମିଳିବ ଏବଂ ଆପଣ ଉର୍ଜାବାନ ଅନୁଭବ କରିବେ ।

ଧନୁ ରାଶି (Sagittarius):  ଆପଣ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଶୁଭ ଫଳ ମିଳିବ । ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ । ତେବେ ସ୍ୱାସ୍ଥ୍ୟ ପାଇଁ କିଛି ଖର୍ଚ୍ଚ ହୋଇପାରେ।

ମକର ରାଶି (Capricorn):  ସନ୍ତାନ ସୁଖ ମିଳିବ । ବୁଦ୍ଧି ଓ ବିବେକ ବଳରେ ଆପଣ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ସାଥୀଙ୍କ ସହ ଭାବପ୍ରବଣତା ବୃଦ୍ଧି ପାଇବ । କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।

କୁମ୍ଭ ରାଶି (Aquarius): ଭୂମି, ଘର କିମ୍ବା ଗାଡ଼ି କିଣିବାର ଯୋଗ ସୃଷ୍ଟି ହେଉଛି । ତେବେ ମାନସିକ ସ୍ତରରେ ସାମାନ୍ୟ ଅଶାନ୍ତି ଅନୁଭବ କରିପାରନ୍ତି । ଘରର କୌଣସି ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ ରାଶି (Pisces): ଆପଣଙ୍କର ପରାକ୍ରମ ଏବଂ ସାହସ ବୃଦ୍ଧି ପାଇବ । ସାନ ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିବ । କାର୍ଯ୍ୟ ସମ୍ବନ୍ଧୀୟ ଛୋଟ ଛୋଟ ଯାତ୍ରା କରିବାକୁ ପଡ଼ିପାରେ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ ।

ପରାମର୍ଶ: ନୌତପା ସମୟରେ ପ୍ରଚଣ୍ଡ ରୌଦ୍ରତାପ ଥିବାରୁ ସମସ୍ତ ରାଶିର ବ୍ୟକ୍ତିବିଶେଷ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଏବଂ ପକ୍ଷୀମାନଙ୍କ ପାଇଁ ପାଣି ରଖିବା ଶୁଭଫଳ ପ୍ରଦାନ କରିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର କୌଣସି ପ୍ରମାଣ ପ୍ରଦାନ କରେ ନାହିଁ।)