ନୂଆଦିଲ୍ଲୀ : ସୋସିଆଲ୍ ମିଡିଆରେ ଦିନକୁ ଦିନ ନୂଆ ଟ୍ରେଣ୍ଡ୍। AIର ଅନେକ ମଜାଦାର ଟ୍ରେଣ୍ଡ୍ ଭିତରେ ଆଜିକାଲି ଏକ ନୂଆ ଟ୍ରେଣ୍ଡ୍ ବେଶ୍ ଭାଇରାଲ୍ ହେଉଛି। ଯାହା ଆମର ପିଲାଦିନ ସ୍ମୃତିକୁ ତାଜା କରି ପାରୁଛି।   ଇନଷ୍ଟାଗ୍ରାମ୍, ଟ୍ୱିଟର ଭଳି ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଟ୍ -ଜିପିଟି ଓ ଗୁଗୁଲ୍ ଜେମିନି ଟୁଲ୍ସକୁ ବ୍ୟବହାର କରି ପିଲାଦିନର ଫଟୋ ଏବେ ତିଆରି ହେଉଛି।  ଏହା ଭବିଷ୍ୟତର ଏଆଇ ଟେକନିକ ସହ ପୁରୁଣା ସ୍ମୃତିକୁ ବି ମନେ ପକାଇ ଦେଉଛି। ଟ୍ରେଣ୍ଡର ନାଁ ‘ମିଟ୍ ୟୋର ୟଙ୍ଗର ସେଲ୍ଫ’ ଅର୍ଥାତ୍ ନିଜ ପିଲାଦିନର ରୂପକୁ ଭେଟନ୍ତୁ । ଏଥିରେ ୟୁଜର୍ ନିଜର ଏବେର ଫଟୋକୁ ନିଜ ପିଲାଦିନର ଫଟୋ ସହ ଗୋଟିଏ ଏଆଇ-ଜେନେରେଟେଡ୍ ଫ୍ରେମରେ ରଖିପାରିବେ । ଏହି ଫଟୋ ଦେଖିବାକୁ ଖୁବ୍ ଆକର୍ଷଣୀୟ । ଆପଣଙ୍କୁ ଲାଗିବ ଫଟୋରେ ଦୁଇଜଣ ଅଛନ୍ତି, କିନ୍ତୁ ତାହା ଆପଣଙ୍କ ପିଲାଦିନର ହିଁ ରୂପ । ଫଟୋ ପ୍ରସ୍ତୁତି ଲାଗି ଚାଟ୍ ଜିପିଟି କିମ୍ବା ଅନ୍ୟ କୌଣସି ଏଆଇ ଇମେଜ୍ ଟୁଲକୁ ଏକ ସହଜ ପ୍ରମ୍ପ୍ଟ ଦେବାକୁ ପଡ଼ିବ ।

ଏହି ଟ୍ରେଣ୍ଡ୍ ପୁରୁଣା ସ୍ମୃତି ଓ କାହାଣୀକୁ ସତେଜ କରୁଛି । ୟୁଜର୍ ଏହାକୁ ଖୁବ୍ ଫଲୋ କରୁଛନ୍ତି ଏବଂ ଫଟୋ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ପୋଷ୍ଟକୁ ଲୋକେ ଲାଇକ୍, କମେଣ୍ଟ ଓ ରିପୋଷ୍ଟ କରୁଛନ୍ତି । ଏଥିରେ ୟୁଜର୍ ନିଜର ବର୍ତ୍ତମାନର ଗୋଟିଏ ଫଟୋ ଅପ୍ଲୋଡ୍ କରନ୍ତି । ଏଆଇ ଟୁଲ୍ ଏକ ଫ୍ରେମ୍ ପ୍ରସ୍ତୁତ କରେ, ଯେଉଁଥିରେ ଉଭୟ ପିଲାଦିନ ଓ ବର୍ତ୍ତମାନର ଫଟୋ ଦେଖାଯାଏ । ଫଟୋ ଦେଖିଲେ ମନେହେବ ଯେମିତି ଦୁହେଁ ଆପଣଙ୍କ ସହ କଥା ହେଉଛନ୍ତି । ଏକସଙ୍ଗେ ହେଉଥିବା ପରିବର୍ତ୍ତନକୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳୁଥିବାରୁ ଏହା ଖୁବ୍ ଲୋକପ୍ରିୟ ହୋଇଛି ।

ଏଥିପାଇଁ ପ୍ରଥମେ ଏକ ଭଲ ଫଟୋ ଚୟନ କରନ୍ତୁ । ତା’ପରେ ନିଜ ପିଲାଦିନର ଏଭଳି ଏକ ଫଟୋ ଚୟନ କରନ୍ତୁ, ଯେଉଁଥିରେ ଆପଣଙ୍କ ଚେହେରା ସ୍ପଷ୍ଟ ଦିଶୁଥିବ । ଏହା ପରେ ଚାଟ୍ଜିପିଟି କିମ୍ବା କୌଣସି ଏଆଇ ଇମେଜ୍ ଟୁଲ୍କୁ ଓପନ୍ କରନ୍ତୁ । ଫଟୋରେ ଆପଣଙ୍କୁ ଯେମିତି ମାହୋଲ ଆବଶ୍ୟକ, ସେହି ଦୃଶ୍ୟ ବିଷୟରେ କହି ଏକ ସବିଶେଷ ପ୍ରମ୍ପ୍ଟ ଦିଅନ୍ତୁ । ଛବି ଜେନେରେଟ୍ କରନ୍ତୁ, ତା’ପରେ ଫଟୋ ପ୍ରସ୍ତୁତ ହୋଇଯିବ । ଏହାକୁ ସେଭ୍ କରି ଇନ୍ଷ୍ଟାରେ ଏକ କ୍ୟାପ୍ସନ ସହିତ ଶେୟାର କରନ୍ତୁ ।

୨୦୨୬ ମସିହାରେ ଏହି ଭାଇରାଲ୍ AI ଫଟୋ ଟ୍ରେଣ୍ଡର ଲୋକପ୍ରିୟତା ପଛରେ କାରଣ ସ୍ପଷ୍ଟ। ଏହା ପଛରେ ଲୁଚି ରହିଛି ଲୋକଙ୍କ ଭାବ ପ୍ରବଣତା, ପିଲାଦିନର ସ୍ମୃତି । ୟୁଜରମାନେ କବେଳ ନିଜ ମନୋରଞ୍ଜନ ପାଇଁ ଏପରି କରୁ ନାହାନ୍ତି। ବରଂ ପିଲାଦିନର ସ୍ମୃତିକୁ ତାଜା କରିବାକୁ AI ବ୍ୟବହାର କରୁଛନ୍ତି। ଯେଉଁଥିରେ ସେ ନିଜ ପିଲାଦିନର ଚରିତ୍ରକୁ ଭେଟିବା ସହ ଖୁସି ବି ହେଉଛନ୍ତି।

Also Read- ସ୍ତ୍ରୀ ଓ ଶାଳୀ ଦେଉଥିଲେ କି ମାନସିକ ନିର୍ଯାତନା ? ମୃତ୍ୟୁ ପୂର୍ବରୁ ଭୟଙ୍କର ପାଟିତୁଣ୍ଡ ! ଯୁବ ବିଚାରପତିଙ୍କ ଆତ୍ମହତ୍ୟାକୁ ନେଇ ଫିଟୁଛି ଗୁମର