ଭୁବନେଶ୍ବର ୫।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ୨୫ ବର୍ଷ ପରେ ଆସିଲେ ପାଣି ଓଧ । ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଦଳବଦଳ ପ୍ରକ୍ରିୟାରେ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ । ୨୦ରୁ ୩୦ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ପର୍ଯ୍ୟଟକ ଦେଖିବେ ନୂଆ ଜୀବଜନ୍ତୁ ।

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ନୂଆବର୍ଷ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କର୍ତ୍ତୃପକ୍ଷ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜନ୍ତୁ ଆଣିଛନ୍ତି । ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସିଥିବା ବେଳେ ଏହାର ପ୍ରତି ବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେବ । ଆସିଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ୩ଟି ଅଣ୍ଡିରା, ୨ଟି ମାଈ ପାଣି ଓଧ, ୨ଟି ଅଣ୍ଡିରା ଧୂସର ଗଧିଆ, ୫ଟି ଅଣ୍ଡିରା, ୫ଟି ମାଈ ଭାରତୀୟ ପଥର କଇଁଛ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରୁପେଲି କୁକୁଟ ଆସିଛନ୍ତି ।

​​​​​​​

ସେହିପରି ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ଯିବେ । ସେଥି ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ଗୋଟିଏ ଅଣ୍ଡିରା, ୨ଟି ମାଈ ଚଉସିଂଙ୍ଗା, ଦୁଇଟି ମାଈ କୁଟୁରା ଓ ୨ଟି ଅଣ୍ଡିରା, ୩ଟି ମାଈ ଭାରତୀୟ ବିଲୁଆ ଦେବ । ଏହି ନୂଆ ଜନ୍ତୁ ଆସିବା ଦ୍ବାରା ପର୍ଯ୍ୟଟକ ସଂଖ୍ୟା ବଢିବା ସହିତ ଜନ୍ତୁ ରକ୍ତ ସମ୍ପର୍କ ବଦଳି ପାରିବ । ରକ୍ତ ସମ୍ପର୍କ ବଦଳିବା ଫଳରେ ଜନ୍ତୁ ମୃତ୍ୟୁ ସଂଖ୍ୟା କମିବ ।