ନୂଆଦିଲ୍ଲୀ, ୦୮/୧୦ : ମୋ ପାଇଁ କାନ୍ଦନି । ଆଖିରୁ ଲୁହ ବୁହାଅନି । ମୋ ଫଟୋକୁ ମଧ୍ୟ ସଜାଅନି । କିଛି ଏମିତି କହିଥିଲେ ନାନା ପାଟେକର । ବଞ୍ଚିଥିବା ବେଳେ ଫ୍ୟାନ୍ସଙ୍କୁ ଏତିକି ନିବେଦନ କରିଥିଲେ ବଲିଉଚଦ ଭେଟେରାନ୍ ଆକ୍ଟର ନାନା । କିନ୍ତୁ ଆଜି ସେ ନିରବ । ୭୫ ବର୍ଷରେ ହୃଦଘାତରେ ଜୀବନ ହାରିଛନ୍ତି ସେ । ଫ୍ୟାନ୍ସଙ୍କୁ ସବୁଦିନ ପାଇଁ କରିଦେଇଛନ୍ତି ଅଲବିଦା । ହେଲେ ତାଙ୍କର ସେ ଦୁଇ ପଦ କଥା ଫ୍ୟାନ୍ସଙ୍କ ଆଖିରୁ ଲୁହକୁ ଅଟକାଇ ପାରିନି । ବରଂ ଶୋକରେ ଭିଜିଛନ୍ତି କୋଟି କୋଟି ପ୍ରଶଂସକ ।

ବଲିଉଡର ଷ୍ଟାର୍ ଆକ୍ଟର ନାନା ପାଟେକର । ଆକ୍ଟିଂ ଜେମିତି ଜବରଦସ୍ତ ଅନ୍ଦାଜ ବି ସେମିତି ନିଆରା । ଅଭିନୟ ଦୁନିଆରେ ସ୍ୱତନ୍ତ୍ର ଛାପ ଛାଡି ଦେଇଛନ୍ତି ନାନା । ତାଙ୍କର ଆଙ୍ଗ୍ରି ଲୁକକୁ ପସନ୍ଦ କରନ୍ତି ଦର୍ଶକ । ନାନାଙ୍କ ସିରିଅସ ଲୁକ୍ ଦେଖିବାକୁ ଭରପୁର ହୋଇଯାଏ ହଲ୍ । କିନ୍ତୁ ଏବେ ସରିଛି ତାଙ୍କର ୫ ଦଶନ୍ଧିର ସଫଳ କ୍ୟାରିଅର ।

ରିପୋର୍ଟ ଅନୁସାରେ, ଗୁରୁବାର ନାନା ପାଟେକର ଗୋଆ ସ୍ଥିତ ବାସଭବନରେ ଅଚେତ ଅବସ୍ଥାରେ ମିଳିଥିଲେ । ତାଙ୍କୁ ସେଠାରୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ୪୫ ମିନିଟ୍ ଧରି ସିପିଆର ଦେଇଥିଲେ ଡାକ୍ତର । ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା । ଶତଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିନଥିଲେ ଡାକ୍ତର । ଆଉ କୋଟି କୋଟି ହୃଦୟରେ ରାଜ୍ କରୁଥିବା ନାନା ସବୁଦିନ ପାଇଁ ହୋଇଯାଇଥିଲେ ନିରବ ।

Also Read :- Nana Patekar Death: ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅକ୍ଷୟ କୁମାର ଯାଏଁ, ନାନା ପାଟେକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ସମସ୍ତ ତାରକା

ତାଙ୍କର ଦେହାନ୍ତ ପରେ ଏକ ପୁରୁଣା କଥା ଭାଇରାଲ ହେଉଛି । ଯେତେବେଳେ ସେ ନିଜ ମୃତ୍ୟୁ ବାବଦରେ ଫ୍ୟାନ୍ସଙ୍କୁ ଅନେକ କଥା କହିଥିଲେ । ଦିନେ ସେ କହିଥିଲେ ଯେ, ନିଶ୍ଚୟ ଆସିବ ମୃତ୍ୟୁ । ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି । ତାଙ୍କ ଶରୀରକୁ ଦାହ ପାଇଁ ୧୨ ଖଣ୍ଡ କାଠର ଅବଶ୍ୟକତା ରହିଛି । ଏଥିପାଇଁ ସେ କାଠ ରଖି ସାରିଛନ୍ତି ବୋଲି ପ୍ରକାଶ କରିଥିଲେ । ଆହୁରି ସେ କହିଥିଲେ ଯେ, ତାଙ୍କୁ ଓଦା କାଠରେ ଜଳାଇବ ନାହିଁ । ଏଥିରୁ ଅଧିକ ଧୂଆଁ ବାହାରେ । ଏହା ଫ୍ୟାନ୍ସଙ୍କ ଆଖିକୁ ଲୁହରେ ଜକେଇ ଦେବ ।

କେବଳ ଏତିକି ନୁହେଁ, ଫ୍ୟାନ୍ସଙ୍କୁ ତାଙ୍କ ଦେହାନ୍ତରେ ନ କାନ୍ଦିବାକୁ କହିଥିଲେ ନାନା । କାନ୍ଦିବାର ଆବଶ୍ୟକତା ନାହିଁ ବୋଲି ବହୁ ଆଗରୁ କହିଯାଇଥିଲେ । ଫ୍ୟାନ୍ସଙ୍କୁ ବୁଝାଇବା ସହଜ ନୁହେଁ । ନିଜ ଅତି ପ୍ରିୟ ଅଭିନେତାଙ୍କ ମୃତ୍ୟୁକୁ ସେମାନେ ସହିବା କଷ୍ଟକର । ଯାହା ରୋକିପାରିବନି ଲୁହ । ଆପେ ଆପେ ଆଖିରୁ ଝରି ଆସିବ ଅଶ୍ରୁ । ଯେତେ ଦୁଃଖକୁ ଚାପିଲେ ବି ଦୁଇ ଟୋପା ଲୁହ ତ ନିଶ୍ଚୟ ବହିବ । କାରଣ ଆଜି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ନାନା ପାଟେକର ।