ନୂଆଦିଲ୍ଲୀ, ୧୪/୦୯: ନାଗାଲାଣ୍ଡରେ ମଦମୃତ୍ୟୁ । ମଦ ବ୍ୟାନ୍ ଥିବା ରାଜ୍ୟରେ ବିଷାକ୍ତ ମଦ୍ୟପାନ କରିଜଣ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର୧୦ଏବଂ୧୧ତାରିଖରେ ରାଜ୍ୟର ତୁଏନସାଙ୍ଗ୍ ସହର ଏବଂ ଚେଡେଙ୍ଗ୍ ସ୍ୟାଡଲ ଗାଁରେ ଏହି ଘଟଣା ଘଟିଛି ।

ପୋଲିସର କହିବାନୁସାରେ, ବିଷାକ୍ତ ମଦ୍ୟପାନ କରି ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଠୋସ୍ ପ୍ରମାଣ ମିଳିନି । ଘଟଣାର ତଦନ୍ତ ଜାରି ରହିଛି । ନମୂନା ସଂଗ୍ରହ କରାଯାଇ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ମୃତକଙ୍କ ପୋଷ୍ଟ୍ ମର୍ଟମ କରାଯାଇଛି । ରିପୋର୍ଟ ଆସିଲା ପରେ ଅନେକ କିଛି ସୁରାକ ମିଳିବ । ନାଗାଲାଣ୍ଡ ଲିକର୍ ପ୍ରୋହିବିସନ ଆକ୍ଟ ଅନୁସାରେ ରାଜ୍ୟରେ ମଦ୍ୟପାନ, ଘରେ ରଖିବା ଏବଂ ତିଆରି କରିବା ଉପରେ ରୋକ୍ ଲାଗିଛି ।

Also Read :- ବିରୂପା ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ...ଜଣେ ଉଦ୍ଧାର, ଆଉ ଜଣେ ଭାସିଗଲେ

ପୋଲିସକୁଶନିବାର ତୁଏନସାଙ୍ଗ୍ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୃତକ ଏବଂ ଗୁରୁତରଙ୍କ ବାବଦରେ ସୂଚନା ମିଳିଥିଲା । ମୃତକମାନେ କିଛି ଘଣ୍ଟା ପୂର୍ବରୁ ମଦ୍ୟପାନ କରିଥିଲେ । ଏହାପରେ ସେମାନଙ୍କୁ ଧୂଆଁଳିଆ ଦେଖାଯାଇଥିଲା । ପରେ ମୁଣ୍ଡବିନ୍ଧା ହୋଇଥିଲା । ଏହାସହ ବାନ୍ତିମଧ୍ୟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହାକୁ ଆତ୍ମହତ୍ୟା ଭାବେ ତଦନ୍ତ କରାଯାଉଛି ।

ଏତତ୍ ବ୍ୟତୀତ ଗୋଟିଏ ପରିବାରର ତିନି ଜଣ ପ୍ରାଣ ହରାଇଛନ୍ତି । ଏହାମଧ୍ୟ ବିଷାକ୍ତ ମଦ ପାଇଁ ହୋଇଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରୁ ଜଣେ ମଦ କିଣିଥିଲେ । ଏହାପରେ ସମସ୍ତେ ମିଶି ପିଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।