ଭୁବନେଶ୍ବର: ପାରାଦୀପ ବନ୍ଦରରୁ ବାହାରିବା ପରେ ବଙ୍ଗୋପସାଗରରେ ବୁଡ଼ି ଯାଇଥିବା ମାଲବାହୀ ଜାହାଜ ଓସେନ ଓ୍ବିନର ଏକ ରହସ୍ୟ ହୋଇ ରହିଛି। ୟା’ ଭିତରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୁଇ ଚୀନ କ୍ରୁ ସଦସ୍ୟ ମଧ୍ୟ ସେମାନଙ୍କ ଦେଶକୁ ଫେରିଯାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସତ୍ୟ ସାମ୍ନାକୁ ଆସିପାରିନାହିଁ। ସେପଟେ ଦୁର୍ଘଟଣାରୁ କ୍ଷତିପୂରଣ ପାଇଁ ପ୍ରଭାବିତ କମ୍ପାନି ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ସୂଚନାଥାଉକି, ଏହି ଜାହାଜରେ ୨୦ ଜଣ ଚୀନ, ୩ ଜଣ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କୁ ମିଶାଇ ସମୁଦାୟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ମାତ୍ର ଜାହାଜଟି ଦୂର ସମୁଦ୍ର ମଧ୍ୟରେ ଓଲଟି ପଡ଼ି ବୁଡ଼ିଯାଇଥିଲା। ସେହି ସମୟରେ ଜାହାଜରେ ମୋଟ ୧ ଲକ୍ଷ ୪୦ ହଜାର ୨୨୦ ମେଟ୍ରିକ ଟନ ଆଇରନ ଓର ଲୋଡିଂ ରହିଥିଲା। ତେବେ ଅନେକ ଦିନର ସର୍ଚ୍ଚ ଅପରେସନ ପରେ ବି ୨ ଜଣ ଚୀନ ନାଗରିକଙ୍କୁ ଛାଡ଼ିଦେଲେ ଆଉ କାହାର ବି ଖୋଜଖବର ମିଳିନଥିଲା।

Also Read: ପାରାଦୀପ ଛାଡ଼ିଲେ MV Ocean Winnerର ୨ କ୍ରିଉ, ଉଭୟ ବଖାଣିଲେ ଜାହାଜ ବୁଡିବାର ଛାତିଥରା କାହାଣୀ…