କେନ୍ଦ୍ରାପଡ଼ା ୨୪।୦୬ : ବିବାଦ ସମାଧାନ କରିବାକୁ ଯାଇ କାଠ ଫାଳିଆ ମାଡରେ ବିଜେପିର ସ୍ଥାନୀୟ ବୁଥ୍ ସଭାପତି ତପନ ଦାସ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା l

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା l ଉଭୟଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବା ପାଇଁ ଘଟଣାସ୍ଥଳକୁ ତପନ ଦାସ ଯାଇଥିଲେ l ଗଣ୍ଡଗୋଳ ବଢ଼ିବାରୁ ବିଜନ ଘଟଣାସ୍ଥଳରୁ ଖସି ପଳାଇଥିଲେ l କିନ୍ତୁ ସଞ୍ଜୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ତପନ ଦାସ l ସଞ୍ଜୟ କ୍ରୋଧାନ୍ୱିତ ହୋଇ ତପନଙ୍କୁ ଏକ କାଠ ଫାଳିଆରେ ମାଡ ମାରିଥିଲେ l ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା l ପାଖରେ ପଡିଥିବା ଏକ ଇଟାରେ ସଞ୍ଜୟ ତପନ ଙ୍କ ମୁଣ୍ଡକୁ ଛେଚି ଦେଇଥିଲେ l ଗୁରୁତର ଅବସ୍ଥାରେ ତପନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l

Also Read:-Murder Case In Puri : ବଳିଆପଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ, ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା