ସୋନପୁର ୧୧।୦୨ : ସୋନପୁର ଜିଲ୍ଲା ବିନିକାରେ ଛୁରାମାଡ଼ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି ।ମୃତକ  ନୂଆପଡ଼ାର ସୋମନାଥ ମେହେର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:- ​​​​​​​ସତ୍ୟବ୍ରତ ହତ୍ୟା ମାମଲା, ଆତ୍ମ ସମର୍ପଣ କଲା ଅଭିଯୁକ୍ତ ଦୀନେଶ

ଖବର ଅନୁଯାୟୀ, ବିନିକା ସହର ନୂଆପଡ଼ା ଠାରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏହି ବଚସାରୁ ଛୁରାମାଡ଼ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସୋନପୁର ବିନିକା ନୂଆପଡ଼ାର ସୋମନାଥ ମେହେର ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ଶ୍ରୀମୃଖ ଶୃଙ୍ଗାର, ଝଟକିବେ କାଳିଆ ସାଆନ୍ତ