ଓ୍ୱାଶିଂଟନ୍, ୨୭। ୦୭ : ଆମେରିକାରେ ଗୁଳିକାଣ୍ଡ । ଦୁଇ ମୃତ । ଦେଶର ସେଟଲରେ ଚାଲିଥିବା ଏକ ଫୁଡ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି । ସହରର ସ୍ପେଶ୍ ନିଡିଲ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ପୋଲିସ ଏକ୍ସରେ ସୂଚନା ଦେଇ କହିଛି ଯେ, ସେଟଲରେ ଗୁଳିକାଣ୍ଡ ଘଟିଛି । ଫୁଡ୍ ଫେଷ୍ଟିବାଲ ନିକଟକୁ ଏବେ କେହି ଯାଆନ୍ତୁନାହିଁ । ଘଟଣାରେ ଅନେକ ମୃତାହତ ହୋଇଛନ୍ତି । ଆମେରିକାର ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟାରେ ଏହି ଘଟଣା ଘଟିଛି । ଘଟଣା ପରେ ସମସ୍ତ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଆହୁରି କହିଛି ଯେ, ସେଟଲ ସେଣ୍ଟରରେ ପ୍ରତିବର୍ଷ ଫୁଡ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇଥାଏ । ଏଥିରେ ଶତାଧିକ ସ୍ଥାନୀୟ ଦୋକାନୀ ସାମିଲ ହୋଇଥାନ୍ତି । ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଲାଇଭ୍ ମ୍ୟୁଜିକ୍ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ।

ଅଘଟଣ ବାବଦରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଲୋକେ ଏଣତେଣେ ଦୌଡୁଥିବା ନଜର ଆସିଛନ୍ତି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପହଁଚି ତଦନ୍ତ ଜାରି ରକିଛି । ହେଲେ ଏବେସୁଦ୍ଧା କେହି ଗିରଫ ହୋଇ ନାହାଁନ୍ତି ।