ଚେନ୍ନାଇ, ୦୩/୦୪ :ପଡିଆକୁ ଫେରିଲେ ମାହି । ଆରମ୍ଭ କଲେ ପ୍ରାକ୍ଟିସ୍ । ଖୁସି ହୋଇଗଲେ ସିଏସକେ ଫ୍ୟାନ୍ସ୍ । ମାହି ସୁସ୍ଥ ହୋଇ ପୁଣି ଥରେ ଦଳକୁ ଫେରିବା ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା । ପଞ୍ଜାବ ବିପକ୍ଷ ମୁକାବିଲା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ଫ୍ୟାନ୍ସଙ୍କୁ ଆଶ୍ୱସ୍ତ କରିଛି ।

Also Read :- SRH vs KKR :୨୫ କୋଟିର ଖେଳାଳି ଏମିତି ହେଲେ ରନ୍ ଆଉଟ୍, ଦେଖନ୍ତୁ ଭିଡିଓ....

ଆଘାତ ପାଇଁ ବାଦ୍

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସିଏସକେ ଫ୍ୟାନ୍ସଙ୍କୁ ନିରାଶ କରିଥିଲା ଧୋନୀଙ୍କ ଆଘାତ ଖବର । ତାଙ୍କ ଗୋଡର ମାଂସପେଶୀରେ ଆଘାତ ଲାଗିଥିଲା । ତେଣୁ ସେ ଆରମ୍ଭରୁ ଦଳରେ ସାମିଲ ହେବେନି ବୋଲି ଚେନ୍ନାଇ ପକ୍ଷରୁ କୁହାଯାଇଥିଲା । ଅର୍ଥାତଏଥର କିଛି ମ୍ୟାଚ୍ରେ ଦେଖିବାକୁ ମିଳିବନି ମାହୀ ଜଲଓ୍ୱା । ରିପୋର୍ଟ ଅନୁସାରେ, ଧୋନି ଆଘାତ ଯୋଗୁଁ IPL ୨୦୨୬ର ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ । ଯାହା ଫଳରେ CSK ତାଙ୍କ ବିନା ଖେଳିବାକୁ ବାଧ୍ୟ ହେବ। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଶନିବାର ଏକ ସରକାରୀ ବିବୃତ୍ତି ଜାରି କରାଯାଇଥିଲା । ଯେଉଁଥିରେ ଧୋନିଙ୍କ ଆଘାତ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା।

CSKର ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଥିଲା ଯେ,ଧୋନୀବର୍ତ୍ତମାନ କାଫ୍ ଷ୍ଟ୍ରେନରେ ଅଛନ୍ତି । ଏହି କାରଣରୁ, ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ IPL 2026 ରୁ ବାହାରେ ରହିପାରନ୍ତି। ଧୋନିଙ୍କ ଆଘାତ CSK ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ ବଡ଼ ଆଘାତ ଆଣିଥିଲା ।, କାରଣ ଧୋନି କେବଳ ପ୍ରଥମ ମ୍ୟାଚ୍ ପାଇଁ ନୁହେଁ, ବରଂ ପରବର୍ତ୍ତୀ ଦୁଇ ସପ୍ତାହ ପାଇଁ ପ୍ରତ୍ୟେକ CSK ମ୍ୟାଚ୍ ପାଇଁ ବାହାରେ ରହିବେ। ଯାହାର ପ୍ରଭାବ ରାଜସ୍ଥାନ ବିପକ୍ଷ ମ୍ୟାଚରେ ପଡିଥିଲା । ସିଏସକେ ଶୋଚନୀୟ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ।

ଯଦି ଧୋନି ପୂରା ଦୁଇ ସପ୍ତାହ କିମ୍ବା ୧୪ ଦିନ ପାଇଁ ବାହାରେ ରୁହନ୍ତି । ତେବେ ସେ ଅତି କମରେ ତିନୋଟି ମ୍ୟାଚ୍ ହରାଇବେ।CSK ର ପ୍ରଥମ ମ୍ୟାଚ୍ ୩୦ ମାର୍ଚ୍ଚରେ ଗୌହାଟିରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିଲା । ଯେଉଁଥିରେ ଧୋନୀ ନଥିଲେ। ଶୁକ୍ରବାର ଚେନ୍ନାଇରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ । ଦଳ ୫ ଏପ୍ରିଲରେ ଗତଥରର ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଅଭ୍ୟାସ କଲେ ମାହି

ସିଏସକେ ତରଫରୁ ଏକ ଭିଡିଓ ଜାରି ହୋଇଛି । ପ୍ରଥମ ମୁକାବିଲାରେ ରାଜସ୍ଥାନଠୁ ପରାସ୍ତ ହେଲା ପରେ ଦଳ ଚାପରେ ରହିଛି । ମାହି ନଥିବାରୁ ଏହାର ପ୍ରଭାବ ଦଳ ଉପରେ ପଡୁଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୋନୀ କିଟ୍ ବ୍ୟାଗ୍ ଧରି ପଡିଆକୁ ଯାଉଛନ୍ତି । ଯେଉଁଥିରେ ସେ ଫିଟ୍ ନଜର ଆସୁଛନ୍ତି । ଏହାସହ ଠିକ୍ ଭାବେ ଚାଲି ପାରୁଛନ୍ତି । ତଥାପି ତାଙ୍କୁ କିଙ୍ଗସ୍ ପଞ୍ଜାବ୍ ବିପକ୍ଷରେ ଦଳ ଖେଳାଇ ନପାରେ । ଆଉ କିଛି ଦିନ ସେ ବିଶ୍ରାମ ନେଇପାରନ୍ତି । ତେବେ ସେ ଶୁକ୍ରବାର ମୁକାବିଲାରେ ଖେଳିବେ ନା ନାହିଁ ତାହା ଟସ୍ ବେଳେ ସ୍ପଷ୍ଟ ହୋଇଯିବ ।