ଭୁବନେଶ୍ଵର: ନିଖୋଜ ନାବିକ ପୁଅକୁ ଖୋଜିବାକୁ ସିଙ୍ଗାପୁର ବାହାରିଲା ମା। ସିଙ୍ଗାପୁର ଅଭିମୁଖେ ବାହାରିଲେ ନିଖୋଜ ଯୁବ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ପରିବାର ଲୋକ। ସାର୍ଥକଙ୍କ ମା ଓ ମାମୁଁ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଦୁଇ ଅଧିକାରୀଙ୍କ ସହିତ ସିଙ୍ଗାପୁର ଗସ୍ତ କରିବେ। ଅଧା ସମୁଦ୍ରରୁ ନିଖୋଜ ହୋଇ ଯାଇଛନ୍ତି ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର । ଦୀର୍ଘ ଦିନ ହୋଇଗଲାଣି ତାଙ୍କ ଖୋଜ ଖବର ନାହିଁ ।

ନିଖୋଜର କାରଣ ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନଥିବା ବେଳେ ଘର ଲୋକ ଚିନ୍ତାରେ । ଆଉ ଏବେ ପରିବାର ଲୋକେ ନିଜେ ବାହାରିଛନ୍ତି ପୁଅ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ। ସେପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସହଯୋଗ କରୁଛନ୍ତି। ଭବନେଶ୍ଵରରୁ ସାର୍ଥକଙ୍କ ମା ଓ ମାମୁ ସିଙ୍ଗାପୁର ବାହାରିଛନ୍ତି ।

କେନ୍ଦ୍ରକୁ ଅନୁରୋଧ ମିଳିତ ଭାବେ ସର୍ଚ୍ଚ ହେଉ। ଡଗ ସ୍କ୍ଵାର୍ଡ, ସାଇଣ୍ଟିଫିକ ଟିମ୍ ସର୍ଚ୍ଚ ଅପରେସନରେ ସାମିଲ ହେଉ।। ଇଣ୍ଡିଆନ ଏମ୍ବସି ପକ୍ଷରୁ ମଧ୍ୟ ଜଣେ ଉପସ୍ଥିତ ରହିବେ। ସ୍ବତନ୍ତ୍ର ଟିମ୍ ଦେବାକୁ କହିଛନ୍ତି ସାର୍ଥକଙ୍କ ପରିବାର ଲୋକ। ସରକାରଙ୍କ ପକ୍ଷରୁ ସହଯୋଗ ମିଳିବ ବୋଲି କୁହାଯାଇଛି। ମୋ ପୁଅ ଫେରି ଆସୁ ବୋଲି ଭୁବନେଶ୍ୱର ବିମାନ ବନ୍ଦରରୁ ସିଙ୍ଗାପୁର ଯିବା ବେଳେ କୋହଭରା କଣ୍ଠ ରେ କହିଛନ୍ତି ସାର୍ଥକଙ୍କ ମା ଓ ମାମୁଁ।