ସୁନ୍ଦରଗଡ଼: ଭୟଙ୍କର ଦୁର୍ଘଟଣାରେ ମାଆ ସମେତ ୨ ଶିଶୁଙ୍କ ଅକାଳ ମୃତ୍ୟୁ। ଗୁରୁବାର ସନ୍ଧ୍ୟାରେ ଭଷ୍ମା ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।

ମିଳିଥିବା ସୂଚନା ଅନୁସାରେ, କୋଇଲା ବୋଝେଇ ଟ୍ରଲର ଓଡି-୧୬ଏମ୍-୪୭୪୨ ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଏହି ଭୟାବହ ଦୁର୍ଘଟଣା ଘଟାଇଛି। ତେବେ ଦୁର୍ଘଟଣା ପରେ ଟ୍ରଲର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ପୋଲିସ ଟ୍ରଲରକୁ ଜବତ କରି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଖବର ପାଇ ଭଷ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You Can Also Read: ଛାତିଥରା ଦୁର୍ଘଟଣା ; ଥାର୍ ଧକ୍କାରେ ବାଇକ୍ ଚାଳକ ମୃତ, ଷଣ୍ଢ ବି ଆଖି ବୁଜିଲା

Updating...