West Asia War Impact on Economicମାନିଲେ ସାରକାର। ଯୁଦ୍ଧ ଯୋଗୁ ମନ୍ଥର ହୋଇପାରେ ଭାରତର ଅର୍ଥନୀତି। ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୬ ପାଇଁ ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ଭାରତୀୟ ଅର୍ଥନୀତି ଏବେ ସାମାନ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି। ଏହାର ମୁଖ୍ୟ କାରଣ ହେଉଛି ପଶ୍ଚିମ ଏସିଆରେ ଜାରି ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି। ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ ଏହି ବାହ୍ୟ ଝଟକା ଯୋଗୁ, ଦେଶ ଭିତରେ ଇନପୁଟ୍ ଖର୍ଚ୍ଚ ଅର୍ଥାତ୍ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି। ଏହି କାରଣରୁ ଆର୍ଥିକ କାର୍ଯ୍ୟକଳାପ ଉପରେ ଚାପ ପଡ଼ିଛି।

ଫେବ୍ରୁଆରୀରେ ସ୍ଥିତି ମଜଭୁତ ଥିଲା, ମାର୍ଚ୍ଚରେ ବିଗିଡ଼ିଲା

ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥନୀତି ଫେବୃଆରୀ ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିଲା। ଘରୋଇ ଚାହିଦା, ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ସରକାରୀ ନୀତି ଦ୍ୱାରା ସମର୍ଥିତ ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା। ଉତ୍ପାଦନ ଏବଂ ସେବା କ୍ଷେତ୍ର ଅଭିବୃଦ୍ଧି ହେବା ସହ ଯାନବାହାନ ବିକ୍ରୟ ଏବଂ ଡିଜିଟାଲ୍ ପେମେଣ୍ଟ (UPI)ରେ ମଧ୍ୟ ଅଭିବୃଦ୍ଧି ହୋଇଥିଲା।

Also Read- Condom Shortage in India: ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଭାରତରେ କଣ୍ଡୋମ୍ ଅଭାବ: ୫୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ

ଉତ୍ପାଦନ ଖର୍ଚ୍ଚ ଏବଂ ଯୋଗାଣ ଶୃଙ୍ଖଳ ସମସ୍ୟା ବଢ଼ିଛି। Supply Chain Disruptions

ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୨୦୨୬ରେ ବିଶ୍ୱ ପରିସ୍ଥିତି ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ଶକ୍ତି ବଜାର ଏବଂ ଲଜିଷ୍ଟିକ୍ସକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାର ସିଧାସଳଖ ପ୍ରଭାବ ଭାରତର ପ୍ରଡକ୍ସନ କ୍ଷେତ୍ରରେ ପଡ଼ିଛି। ଇ-ୱେ ବିଲ୍ ଜେନେରେସନ୍ ହ୍ରାସ ଏବଂ ଦୁର୍ବଳ ଫ୍ଲାସ୍ PMI (ପର୍ଚେଜିଂ ମ୍ୟାନେଜର୍ ଇଣ୍ଡେକ୍ସ) ତଥ୍ୟକୁ ଉଲ୍ଲେଖ କରି ମାସିକ ଆଧାରରେ ଅର୍ଥନୀତି ସାମାନ୍ୟ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟରେ କୁହାଯାଇଛି।

ଏହି ୩ କାରଣ ଅର୍ଥନୀତି ଉପରେ ଚାପ ପକାଉଛି

ମହଙ୍ଗା ଅଶୋଧିତ ତେଲ: ବିଶ୍ୱ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀଗୁଡ଼ିକର ଖର୍ଚ୍ଚ ବୃଦ୍ଧି ପାଇଛି।
ଲଜିଷ୍ଟିକ୍ସ ଏବଂ ବୀମା: ସାମୁଦ୍ରିକ ପଥରେ ଉତ୍ତେଜନା ଯୋଗୁ ମାଲ ପରିବହନ ଶୁଳ୍କ ଏବଂ ବୀମା ପ୍ରିମିୟମ ମହଙ୍ଗା ହୋଇଯାଇଛି।
ସପ୍ଲାଏ ଚେନ୍: ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବିଳମ୍ବ ଉତ୍ପାଦନ କ୍ଷେତ୍ରକୁ ପ୍ରଭାବିତ କରୁଛି।

ଏବେ ବି ରହିଛି ଡିମାଣ୍ଡ, ଗ୍ରାମାଞ୍ଚଳ ପାଇଁ ବଢୁଛି ଚିନ୍ତା

ଏହି ଚାପ ମଧ୍ୟରେ ବଡ଼ କଥା ହେଉଛି ଯେ ଘରୋଇ ଚାହିଦା ମଜଭୁତ୍ ରହିଛି। ଯାନବାହାନ ପଞ୍ଜୀକରଣ ଏବଂ ଡିଜିଟାଲ୍ କାରବାର ତଥ୍ୟ ସୂଚାଇ ଦେଉଛି ଯେ ଲୋକମାନେ କିଣାବିକା ଜାରି ରଖିଛନ୍ତି। ତେବେ ଗ୍ରାମାଞ୍ଚଳର ସ୍ଥିତିକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ଗ୍ରାମାଞ୍ଚଳରେ ମନୋଭାବ ସାମାନ୍ୟ ଦୁର୍ବଳ ରହିଛି। ତେବେ ଏହି ମାନ୍ଦାବସ୍ଥା ବ୍ୟବହାରର ଅଭାବ ଯୋଗୁ ନୁହେଁ, ବରଂ ବୃଦ୍ଧି ପାଉଥିବା ଖର୍ଚ୍ଚ ଏବଂ ଯୋଗାଣ ପ୍ରତିବନ୍ଧକ ଯୋଗୁ ହୋଇଛି।

Also Read- Rupee vs Dollar: ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା, ଅର୍ଥନୀତି ଉପରେ ସଂକଟ, କାହିଁକି ହେଉଛି ଏଭଳି ସ୍ଥିତି ?

ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା

ଅର୍ଥନୀତି ଉପରେ ପଡ଼ୁଥିବା ଚାପ ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବାର ସଙ୍କେତ ଦେଖାଇଛି। ଏପର୍ଯ୍ୟନ୍ତ, ମୁଦ୍ରାସ୍ଫୀତିର ମୁଖ୍ୟ ବାହକ ଖାଦ୍ୟ ମୂଲ୍ୟ ଥିଲା, କିନ୍ତୁ ଏବେ ତୈଳ ଦର ବୃଦ୍ଧି ଚିନ୍ତାର କାରଣ ପାଲିଟିଛି। ତେବେ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟର ସମ୍ପୂର୍ଣ୍ଣ ପ୍ରଭାବ ଏପର୍ଯ୍ୟନ୍ତ ଘରୋଇ ବଜାରରେ ପ୍ରତିଫଳିତ ହୋଇ ନାହିଁ। ଯଦି ଯୁଦ୍ଧ ଦୀର୍ଘଦିନ ଏମିତି ଲାଗି ରହିଲା, ତେବେ ସ୍ଥିତି ସାଂଘାତିକ ହୋଇପାରେ ବୋଲି କୁହାଯାଉଛି। ଯଦି ବିଶ୍ୱବ୍ୟାପୀ ଶକ୍ତି ମୂଲ୍ୟ ଉଚ୍ଚ ରେ ତେବେ ଆଗାମୀ ଦିନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇପାରେ। ଏହା ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ। ଏମିତିରି ବି ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୩.୨୧%କୁ ବୃଦ୍ଧି ପାଇଛି।