ତେହେରାନ୨୩ /୦୩: ଆମେରିକା-ଇସ୍ରାଏଲ ବିରୋଧରେ ଲଢ଼ୁଥିବା ଇରାନର ପ୍ରକୃତ କ୍ଷମତା କାହା ହାତରେ ରହିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ଇରାନର ସୁପ୍ରମ୍ ଲିଡର ହାତରେ ଦେଶର ସବୁ କ୍ଷମତା ରହିଥାଏ । କିନ୍ତୁ ଯୁଦ୍ଧ ଭିତରେ ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କୁ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ । ତେଣୁ ବର୍ତ୍ତମାନ ଦେଶର କ୍ଷମତା ଆଇଆରଜିସି (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ) ହାତରେ ରହିଥିବା ଆମେରିକା ଓ ଇସ୍ରାଏଲ ଅନୁମାନ କରୁଛନ୍ତି ।

ମୋଜତବାଙ୍କ ପାଖରେ ନାହିଁ କ୍ଷମତା

ଆମେରିକା ଓ ଇସ୍ରାଏଲ ଅଧିକାରୀଙ୍କ କହିବାନୁଯାୟୀ ମୋଜତବା ବଞ୍ଚିଛନ୍ତି । କିନ୍ତୁ ପ୍ରକୃତ କ୍ଷମତା ଆଉ ତାଙ୍କ ହାତରେ ନାହିଁ । ଦେଶକୁ ପ୍ରକୃତରେ ଆଇଆରଜିସି ହିଁ ନିୟନ୍ତ୍ରଣ କରୁଛି । କିଛି ଅଧିକାରୀଙ୍କ ମତରେ ବୋଧହୁଏ ଆଇଆରଜିସି ହିଁ ମୋଜତବାଙ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ।

​​​​​​​Also Read :- ଆମେରିକାକୁ ଦୃଢ଼ ଜବାବ ଦେବାକୁ ଚାଲିଛି ପ୍ରସ୍ତୁତି, କ୍ୟୁବାର ଉପ-ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ସାମ୍ନାକୁ ଆସୁ ନାହାଁନ୍ତି ସୁପ୍ରିଲ୍ ଲିଡର

ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ସେନା ଆକ୍ରମଣରେ ମୋଜତବାଙ୍କ ପିତା ତଥା ସୁପ୍ରିମ ଲିଡର ଆୟତୋଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା । ପିତାଙ୍କ ମୃତ୍ୟୁ ପରେ ମୋଜତବା ଗତ ମାର୍ଚ୍ଚ ୯ ତାରିଖରେ ନୂଆ ସୁପ୍ରିମ ଲିଡର ହୋଇଥିଲେ । କିନ୍ତୁ ସେବେଠାରୁ ତାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳୁନାହିଁ । ସେ ଗତ ମାର୍ଚ୍ଚ ୧୨ ଓ ମାର୍ଚ୍ଚ ୨୦ରେ ଦୁଇଦେଶ ବାର୍ତ୍ତା ଦେଇଛନ୍ତି । କିନ୍ତୁ ଉଭୟଥର ତାଙ୍କୁ ଟେଲିଭିଜନରେ ହିଁ ଦେଖିବାକୁ ମିଳିଛି । ଫଳରେ ତାଙ୍କ ଅବସ୍ଥା ଓ ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଆମେରିକାର ବଡ ଦାବି

ଆମେରିକା ଅଧିକାରୀଙ୍କ କହିବାନୁଯାୟୀ ମୋଜତବା ବଞ୍ଚିଛନ୍ତି କିନ୍ତୁ ସେ ଆହତ ହୋଇଛନ୍ତି । କୌଣସି ନିଷ୍ପତ୍ତି ନେବାରେ ତାଙ୍କର କ୍ଷମତାକୁ ସୀମିତ କରିଦିଆଯାଇଛି । ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏବଂ ଇସ୍ରାଏଲର ମୋସାଦ୍ ଗତ ୨୦ ତାରିଖରେ ମୋଜତବା ଜାରି କରିଥିବା ବିବୃତ୍ତିକୁ ଅନୁଧ୍ୟାନ କରୁଛନ୍ତି । କାରଣ ସେହିଦିନ ସେ ଦେଶବାସୀଙ୍କୁ ଜନସଭାରେ ସମ୍ବୋଧନ କରିନଥିଲେ । କେବଳ ତାଙ୍କର ଏକ ଲିଖିତ ବିବୃତ୍ତି ଆସିଥିଲା । ଆମେରିକା ଗୁଇନ୍ଦା ସଂସ୍ଥା କହିଛି ଯେ ମୋଜତବା ବଞ୍ଚିଛନ୍ତି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ସର୍ବସାଧାରଣ ସ୍ଥାନକୁ ଆସୁନାହାନ୍ତି । କାରଣ ଆମେରିକା ଓ ଇସ୍ରାଏଲ ସେନା ଟାର୍ଗେଟରେ ସେ ରହିଛନ୍ତି । ଇସ୍ରାଏଲର କିଛି ଅଧିକାରୀଙ୍କ କହିବାନୁଯାୟୀ ଇରାନ ସୁରକ୍ଷା ପରିଷଦର ମୁଖ୍ୟ ଅଲି ଲାରିଜାନି ସର୍ବେସର୍ବା ଥିଲେ । ଦେଶର ସମସ୍ତ କ୍ଷମତା ସେ ନିୟନ୍ତ୍ରଣ କରୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ସେହି ସା୍ଥନ ଏବେ ଆଇଆରଜିସି ନେଇଛି ।