ଭୁବନେଶ୍ୱର: ଡି ଲିମିଟେସନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ରିପୋର୍ଟ ଅନୁସାରେ ବର୍ତ୍ତମାନ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ପରି ରାଜ୍ୟ ଲାଭବାନ ହେଉଥିବା ବେଳେ ଓଡ଼ିଶା କ୍ଷତି ସହିବ । ୨୦ ବିଜେପି ସାଂସଦଙ୍କ ସହାୟତାରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିଛି ।

ବିଜେପିର ସାଂସଦ ମାନେ ଓଡ଼ିଶା କଥା କୁହନ୍ତୁ । ବିଜେପି ଯେଉଁଠି ଆଶା କରୁଛନ୍ତି ସୁବିଧାରେ ରହିବେ ସେହି ହିସାବରେ ସିଟ୍ ବଢୁଛି । କିନ୍ତୁ ଓଡ଼ିଶାରେ ୩ ରୁ ୪ଟି ଆସନ ଖସିବ । ସେହି ହିସାବରେ ବିଧାନସଭା ଆସନ କମିବ । ଉଭୟ ସଂସଦ ଓ ବିଧାନସଭାର ଓଡ଼ିଶାର ପ୍ରତିନିଧିତ୍ୱ କମିବ । ସମ୍ବିଧାନ ସଂଶୋଧନ ଆସିଲେ ସମସ୍ତଙ୍କ ମତାମତ ଆବଶ୍ୟକ ଥିଲା। ଆଲୋଚନା ହୋଇଥାନ୍ତା।

​​​​​​​Also Read...Bijoy Mohapatra: ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ସମ୍ଭାବନା, କଣ କହିଲେ ବରିଷ୍ଠ ନେତା?

ଯେହେତୁ ବିଜେପି ଅଭିସନ୍ଧି ମୂଳକ ଭାବେ କରିବାକୁ ଯାଉଛି ସେଥିପାଇଁ ଏପରି କରୁଛନ୍ତି । ଦେଶ ବିଭାଜନ ଆଡ଼କୁ ନଯାଉ । ବିଜେପିର ଓଡ଼ିଶା ସାଂସଦ ଓଡ଼ିଶା କଥା କୁହନ୍ତୁ । ଓଡ଼ିଶା ହିତ ଦ୍ରୁଷ୍ଟିରୁ ବିଜେପି ସାଂସଦ ମାନେ ପାଟି ନ ଖୋଲିଲେ ଲୋଲେ କ୍ଷମା ଦେବେନି । ବିଜେପିର ସୁଦୂର ପ୍ରସାରୀ ଅଭିସନ୍ଧି ମୂଳକ ଷଡ଼ଯନ୍ତ୍ର ବାରି ହୋଇପଡୁଛି ।

​​​​​​​