ଭୁବନେଶ୍ୱର: ରାଜ୍ୟରେ ହେବ କି ନୂଆ ରାଜନୈତିକ ସମୀକରଣ । କାଲି ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏକାଠି ହେବେ ବିଜୁ ଲିଗାସୀ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କାରଣ ପୂର୍ବରୁ ବିଜୟ କହିଥିଲେ ୨୬ ନିର୍ଣ୍ଣାୟକ ହେବ । ଏବେ ସେହି ପ୍ରଶ୍ନରେ ଉତ୍ତର ରଖିଛନ୍ତି ବରିଷ୍ଠ ନେତା । ସେ କହିଛନ୍ତି ଗୋଟିଏ ପରେ ଗୋଟିଏ ଘଟିଚାଲିଛି । ଆଗକୁ କଣ ହେବ କିଏ କଣ କହିପାରିବ । ତେଣୁ ଅପେକ୍ଷା କର କଣ ସବୁ ହେଉଛି । 

ଆସନ୍ତାକାଲି ଯେଉଁମାନେ ଏକାଠି ହେବେ ଏକ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକାଠି ହେବେ । କାଲିର ରାଜନୈତିକ କାର୍ଯ୍ୟକ୍ରମ କିଛି ନାହିଁ । ଭୁଲ ପ୍ରଚାର କରାନଯାଉ । ସମସ୍ତେ ବିଜୁ ବାବୁଙ୍କ ପାଇଁ ଏକାଠି ହେବେ ଏଥିରେ ରାଜନୈତିକ ବାର୍ତ୍ତା କିଛି ନାହିଁ । ଯିଏ ଯାହା ଚାହିଁବେ କହି ପାରିବେ, ସେଥିରେ ଆମର କିଛି ଯାଏ ଆସେ ନାହିଁ ।  

ଆସନ୍ତାକାଲି ବିଜୁ ବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେଉଛି । ସବୁ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଛି । ସବୁ ଦଳର ସବୁ ବର୍ଗ ଏବଂ ସବୁ ଶ୍ରେଣୀର ଲୋକଙ୍କୁ ଡକାଯାଇଛି । ନବୀନ ବାବୁଙ୍କୁ ଡକାଯାଇଛି କି ନାହିଁ ମୁଁ ଜାଣି ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।