କେନ୍ଦୁଝର ୧୮।୫: କେନ୍ଦୁଝର ବାଉରୀପଦା ପଞ୍ଚାୟତ ଅଫିସ୍ ନିକଟରୁ ଭତ୍ତା ଟଙ୍କା ଲୁଟ୍ । ପିଇଓଙ୍କୁ ବନ୍ଧୁକ ଦେଖାଇ ୮ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଭତ୍ତା ବାଣ୍ଟିବାକୁ ପିଇଓ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍‌ର ଶୀକାର । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ସଦର ବ୍ଲକର ବାଉରିପଦା ପଞ୍ଚାୟତରେ ଦେବାକୁ ଥିଲା ଭତ୍ତା । ଏଣୁ ସକାଳ ୯ ଟା ୪୫ ମିନିଟ୍ ସମୟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ୮ ଲକ୍ଷ ୧୮ ହଜାର ଏକ ଶହ ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକ୍ରେ ଯାଉଥିଲେ । ତାଙ୍କୁ ଜଣା ନଥିଲା ଏକ ନାଲି ରଙ୍ଗର ପଲସର ମୋଟର ସାଇକେଲ ତାଙ୍କୁ ପିଛା କରୁଛି ବୋଲି । ସଦର ଥାନା ମୁକୁନା ବଜାର ଠାରୁ କିଛି ଦୂରରେ ପଲସର ବାଇକ୍‌ରେ ଥିବା ତିନି ଜଣ ହଠାତ ତାଙ୍କ ସମ୍ମୁଖରେ ବାଇକ୍ ରଖି ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ ମାଗିଥିଲେ । ଏ ଦୁଇ ଜଣ ନ ଦେବାରୁ ବନ୍ଧୁକ ବାହାର କରି ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ ।

Also Read:- Vigilance Trap: ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ, ଦରମା ବିଲ୍ କରାଇବାକୁ ନେଉଥିଲେ ଲାଞ୍ଚ

ଗୁଳି ଫୁଟାଇ ଦୁଇ ଅଧିକାରୀଙ୍କ ଦୁଇଟି ବ୍ୟାଗକୁ ଛଡ଼ାଇ ନାଲି ପଲସର ଗାଡ଼ିରେ ବେଲଦା ଅଭିମୁଖେ ପଳାଇ ଯାଇଥିଲେ । ସମସ୍ତ ଦୁର୍ବୃତ୍ତ ମାନେ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ କଥାବାର୍ତ୍ତା କରୁଥିଲେ । ପରେ PEଠ ଫୋନ ମାଧ୍ୟମରେ ସଦର ବିଡିଓଙ୍କୁ ଅବଗତ କରାଇଥିଲେ । ସବୁ କଥା ଶୁଣିବା ପରେ ଅଧିକାରୀ ମାନେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।