ବ୍ରହ୍ମପୁର ୧୬।୫: ପୁଣି ବ୍ରହ୍ମପୁର ପୋଲିସ ଜିଲ୍ଲା ଅଶାନ୍ତ । ଦୁର୍ବୃତ୍ତଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡି ଗ୍ରାମରେ ହରେଶ ନାୟକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ଗ୍ରାମରେ ଆତଙ୍କ ସୃଷ୍ଟି କରିଛନ୍ତି କିଛି ଦୁର୍ବୃତ୍ତ । ଦାଦା ବଟି ନ ଦେବାରୁ ଦୁର୍ବୃତ୍ତମାନେ ଗାଁରେ ପଶି କାର୍‌କୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ସେପଟେ ଗୁରୁତର ଅବସ୍ଥାରେ ହରେଶକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Also Read:- ପ୍ରେମିକକୁ ଧୋକା ଦେଇ ଅନ୍ୟତ୍ର ନିର୍ବନ୍ଧ କଲେ ପ୍ରେମିକା ; ପ୍ରଥମ ଥରେ ବିଫଳ, ଦ୍ବିତୀୟ ଆଟେମ୍ପ୍ଟରେ ମାରିଦେଲେ

ଅନ୍ୟପଟେ, ଜଣେ ଯୁବକ ବ୍ରହ୍ମପୁରରୁ ଗୋପାଳପୁର ଅଭିମୁଖେ ଏକ ସ୍କୁଟରରେ ଫେରୁଥିବା ସମୟରେ ଗୋପାଳପୁର ଜଙ୍କକ୍ସନ ଓଭରବ୍ରିଜ୍ ଠାରେ କିଛି ଦୁର୍ବୃତ୍ତ ମାନେ ଆସି ବ୍ୟକ୍ତିକୁ ବ୍ରିଜ୍ ତଳକୁ ଠେଲି ଦେଇଥିବା ସୂଚନା ମିଳିଛି । ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିଏ କାହିଁକି ଯୁବକଙ୍କୁ ଏଭଳି ଆକ୍ରମଣ କରିଛନ୍ତି ତାହା ପରିବାରବର୍ଗ ଜାଣିନଥିବା କହିଛନ୍ତି । ଗୁରୁତର ଯୁବକ ଜଣକ ବ୍ରହ୍ମପୁର ଧାନମେରା ସାହିର ବୋଲି ଜଣାପଡିଛି । ସେପଟେ ପୋଲିସ ଏ ଘଟଣାର ଅଧିକ ତଦନ୍ତ କରୁଛି ।