ଭୁବନେଶ୍ଵର: ରାଜ୍ୟର ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଆବାସିକ ଛାତ୍ରୀ ନିବାସରେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣା ବୃଦ୍ଧି ପାଉଥିବା ନେଇ ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉଦ୍ବେଗଜନକ ତଥ୍ୟ ପ୍ରକାଶ କରିଛନ୍ତି ।

୧୫ ଜଣ ନାବାଳିକା ଗର୍ଭବତୀ

ସରକାରୀ ରିପୋର୍ଟ ଅନୁଯାୟୀ, ଗତ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ହଷ୍ଟେଲରେ ରହୁଥିବା ମୋଟ ୧୫ ଜଣ ନାବାଳିକା ଗର୍ଭବତୀ ହୋଇଥିବା ସାମ୍ନାକୁ ଆସିଛି । ଏହି ସଂଖ୍ୟା ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ଥିବାରୁ ଏହା ହଷ୍ଟେଲ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଚିନ୍ତା ବଢ଼ାଇ ଦେଇଛି ।

Also Read: MMDR ବିଲ୍କୁ ନେଇ ନବୀନଙ୍କ ଟାର୍ଗେଟ୍, ପୁନଃସମୀକ୍ଷା ପାଇଁ ଚାପ ପକାଇବ ବିଜେଡି

ଜନ୍ଧମାଳ ଜିଲ୍ଲାରେ ସର୍ବାଧିକ

ବିଶେଷ କରି ଜିଲ୍ଲାୱାରୀ ତଥ୍ୟକୁ ଅନୁଧ୍ୟାନ କଲେ କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ନାବାଳିକା ଗର୍ଭବତୀ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରୁ ୪ ଜଣ ଛାତ୍ରୀ ଏହି ତାଲିକାରେ ରହିଛନ୍ତି । ଆଦିବାସୀ ବହୁଳ ଏହି ଅଞ୍ଚଳଗୁଡ଼ିକରେ ହଷ୍ଟେଲ ରହଣି ସମୟରେ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ଏହା ପୂର୍ବରୁ ୨୦୨୪-୨୫ ବର୍ଷରେ ରାଜ୍ୟର ଆବାସିକ ଛାତ୍ରୀ ନିବାସଗୁଡ଼ିକରୁ ମୋଟ ୯ ଜଣ ଆଦିବାସୀ ନାବାଳିକା ଗର୍ଭବତୀ ହୋଇଥିବା ରେକର୍ଡ କରାଯାଇଥିଲା । ଗୋଟିଏ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ବୃଦ୍ଧି ଘଟିବା ପରେ ବିଦ୍ୟାଳୟ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିୟମାବଳୀ ଏବଂ ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୃହରେ ଉଦ ପ୍ରକାଶ ପାଇଛି ।