ଭୁବନେଶ୍ୱର ୨୯।୦୩ : ରାଜଧାନୀରେ ନାବାଳିକାଙ୍କୁ ନିର୍ଯାତନା । ଭୁଲ୍ ହେବାରୁ ନିର୍ଘାତ ମାଡ଼ ମାରୁଥିଲେ ଘର ମାଲିକାଣୀ । ବିରୋଧ କରିବାକୁ ଅଧିକ ନିର୍ଯାତନା । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।

Also Read:-Mann Ki Baat : 'ଗୁଜବରେ ବିଶ୍ୱାସ କରନ୍ତୁନି, ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ଦେଶର ଶକ୍ତି'- ମୋଦୀ

ଖବର ଅନୁଯାୟୀ, ରାଜଧାନୀର ଶୈଳଶ୍ରୀ ବିହାର ଜିଏ ପ୍ଲଟ୍ ୪୧୬ ନମ୍ବର ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ମାଲିକାଣୀ କୁଆଡ଼େ ନାବାଳିକାକୁ ଅକଥନୀୟ ଅତ୍ୟାଚାର କରୁଥିଲେ । ଉକ୍ତ ନାବାଳିକାକୁ ଶିଶୁ ଶ୍ରମିକ ଭାବେ କାମ କରାଉଥିଲେ । ଯଦି କାମରେ କୌଣସି ଭୁଲ୍ ହେଉଥିଲେ, ତେବେ ତାଙ୍କୁ ନିର୍ଘାତ ମାଡ଼ ମାରୁଥିଲେ । ବିରୋଧ କରିବାକୁ ଆହୁରି ଅଧିକ ନିର୍ଯାତନା । ତେବେ ମାଡ଼ ଖାଇ ଦେହରୁ ରକ୍ତ ବାହାରିବାରୁ ତାଙ୍କ ତାଲା ପକାଇ ରଖିଥିଲେ ମାଲାକାଣୀ। ସେଠାରୁ କୌଣସି କ୍ରମେ ଖସି ଆସିଥିଲେ ନାବାଳିକା । କଳା କୋଠରୀରୁ ବାହାରି ଆସି ନାବାଳିକା ଜଣଙ୍କ ରାସ୍ତାରେ ବୁଲୁଥିଲେ । ସ୍ଥାନୀୟ ଲୋକେ ନାବାଳିକା ବୁଲୁଥିବାର ଦେଖି ତୁରନ୍ତ ପିସିଆର୍କୁ ଖବର ଦେଇଥିଲେ । ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏହାପରେ ରୁଚିକା ସମାଜ ମଙ୍ଗଳ ନାମକ ଏକ ସଂଗଠନ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।