କଟକ: ଘଟିଲା ସବୁ ସସପେନ୍ସର ଅନ୍ତ । କଟକ ଷ୍ଟେସନରୁ ଅପହୃତ ନାବାଳିକା ସୁରକ୍ଷିତ ଉଦ୍ଧାର। ସୋମବାର ନାବାଳିକାକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ଉଦ୍ଧାର ପରେ ନାବାଳିକାକୁ ଖୋର୍ଦ୍ଧା ସିଡବ୍ଲୁସି ହେପାଜତରେ ରଖାଯାଇଥିବା ବେଳେ, ତାଙ୍କୁ ନେଇଯାଇଥିବା ବୃଦ୍ଧଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଅପହରଣ କରିଥିବା ବୃଦ୍ଧ ଜଣକ କଟକ ବାଲିକୁଦା ଅଞ୍ଚଳର ବୋଲି ସୂଚନା  ମିଳିଛି।

ସୂଚନାଥାଉକି, ଦୁଇ ଦିନ ତଳେ ନାବାଳିକା (୭-୯ ବର୍ଷର) ଜଣକ ବାପା- ମାଆଙ୍କ ଅନ୍ୟମନସ୍କତା ଯୋଗୁ କଟକ ରେଳ ଷ୍ଟେସନରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତେବେ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ପରେ ପୋଲିସ ୧୦ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରେ ଝିଅଟିକୁ ଜଣେ ବୃଦ୍ଧ ନେଇଯାଉଥିବା ଜଣାପଡ଼ିଥିଲା।

Also Read: ୧୭ କୋଟିର ଚିଟଫଣ୍ଡ ଠକେଇ: ୪ ବର୍ଷ ଧରି ଫେରାର ଥିବା ମାଷ୍ଟରମାଇଣ୍ଡ ଦେବବ୍ରତ ଦତ୍ତଙ୍କୁ ସିଲିଗୁଡ଼ିରୁ ବାନ୍ଧିଲା ସିବିଆଇ

ଏମିତିରେ ସଂପୃକ୍ତ ବୃଦ୍ଧଙ୍କ ପତ୍ତା ନମିଳିବାରୁ ସେ ନିଖୋଜ ଥିବା ନେଇ ପୋଲିସ ପୋଷ୍ଟର ଜାରି ମଧ୍ୟ କରିଥିଲା ପୋଲିସ। ଯେଉଁଥିରେ ଏହି ବୃଦ୍ଧଙ୍କ ବାବଦରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ହେଲେ ବର୍ତ୍ତମାନ ନାବାଳିକାକୁ ଉଦ୍ଧାର କରିବା ସହ ବୃଦ୍ଧଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ।