କେନ୍ଦ୍ରାପଡ଼ା ୧୬।୫: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ l ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ ଘରକୁ କିଣି ନେଇଥିଲେ l ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରେ ପରେ ଅସୁସ୍ଥ ମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା l ପରିବାରର ୫ ଜଣ ଅସୁସ୍ଥ ହୋଇ ପଡିଥିଲେ l ସେମାନଙ୍କ ମଧ୍ୟରୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା l

Also Read:- ତେଲ ସଙ୍କଟ ସ୍ଥିତିରେ ସୁଧାର ପାଇଁ ରବିବାର ଖୋଲା ରହିବ ଡିପୋ, କଳାବଜାରୀକୁ ପ୍ରୋତ୍ସାହନ ଦିଆଯିବନି

ତେବେ ସେଠାରେ ସ୍ୱାଧୀନ ସେନାପତିଙ୍କ ମୃତ୍ୟୁ ହୋଇଥବା ସୂଚନା ମିଳିଛି । କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେଉଥିବା ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ହେଉଛନ୍ତି ସ୍ୱାଧୀନ । ତେବେ କେଉଁ କାରଣରୁ ଏଭଳି ହେଲା ତାହା ସ୍ପଷ୍ଟ ହୋଇ ନାହିଁ l