ବଲାଙ୍ଗୀର: ମୋବାଇଲ୍ ରିଚାର୍ଜ ପାଇଁ ନାବାଳକର ଆତ୍ମହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା କୁଳିଆଦରୋ ଗାଁ ବସ୍ତିପଡ଼ାରେ। ମିଳିଥିବା ସୂଚନା ଅନୁସାରେ, ଗାଁର ଜେନୖକ ବ୍ୟକ୍ତିଙ୍କ ପୁଅ ଘର ଲୋକଙ୍କୁ ମୋବାଇଲ ରିଚାର୍ଜ ପାଇଁ ୩୫୦ ଟଙ୍କା ମାଗିଥିଲେ। କିନ୍ତୁ ପରିବାର ପକ୍ଷରୁ ଟଙ୍କା ଦେବାକୁ ମନା କରାଯାଇଥିଲା। ଏହାପରେ ନାବାଳକ ଗାଁ ନିକଟରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଘର ଲୋକ ଖବର ପାଇ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରି ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି।

You Can Also Read: ପର୍ଯ୍ୟଟକଙ୍କୁ ଆକ୍ରମଣ ପରେ ଆକ୍ସନ୍, ଦେଓମାଳିରେ ବଢ଼ିବ ସୁରକ୍ଷା

Updating...