ଭୁବନେଶ୍ୱର ୦୯।୦୫ : ମନ୍ତ୍ରୀଙ୍କ ମହାନତା । ଅଧାରାସ୍ତାରେ ଗାଡ଼ି ଅଟକାଇଲେ । ନିଜେ ଆମ୍ବୁଲାନ୍ସକୁ ଫୋନ୍ ବି କରିଥିଲେ । ଏହାପରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପରେ ନିଜ ଗସ୍ତ ଅଭିମୁଖେ ବାହାରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଖବର ଅନୁଯାୟୀ, ଶନିବାର ଦିନ ନିଜ କାମ ସାରି ଭୁବନେଶ୍ୱର ଫେରୁଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ୱର ଫେରିବା ରାସ୍ତାରେ ଗୁର୍ଜିଭଟା ଛକ ନିକଟରେ ହଠାତ୍ ମନ୍ତ୍ରୀ ନିଜ ଗାଡ଼ିକୁ ଅଟକାଇଥିଲେ । ଗୁର୍ଜିଭଟ ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଦେଖି ନିଜ ଗାଡ଼ିକୁ ଅଟକାଇ ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ଘଟଣା ସ୍ପଷ୍ଟରେ ନିଜେ ଠିଆ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆହତଙ୍କୁ ଏକ କ୍ଲିନିକ୍ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଏପିରିକି ଆମ୍ବୁଲାନ୍ସ ସହ ନିଜେ ମଧ୍ୟ ସେହି ମେଡିକାଲକୁ ଯାଇଥିଲେ । ସେଠାରେ କିପରି ଚିକିତ୍ସା ଚାଲିଛି, ସେନେଇ ମଧ୍ୟ ଡାକ୍ତରଙ୍କ ସହ କଥା ହୋଇଥିଲେ । କିଛି ସମୟ ପରେ ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାଇଥିଲେ । ଏହାପରେ ମନ୍ତ୍ରୀ ନିଜ ଗସ୍ତ ଅଭିମୁଖେ ବାହାରିଥିଲେ ।

Watch Video:-

​​​​​​​