ନୂଆଦିଲ୍ଲୀ: ରୁଷର ଇଭାନୋଭୋ କ୍ଷେତ୍ରରେ ଏକ An-୨୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ବିମାନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଥିଲା । ଏଥିରେ ଚାଳକ ଦଳର ୭ ଜଣ ସଦସ୍ୟ ଥିଲେ । ଦୁର୍ଘଟଣା ଇଭନୋଭୋର ଫୁରମାନୋସ୍କ୍ୟି ଜିଲ୍ଲାରେ ହୋଇଛି । ଏହା ମସ୍କୋଠାରୁ ୩୨୧ କିଲୋମିଟର ଉତ୍ତର ପୂର୍ବରେ ଅବସ୍ଥିତ । ଦୁର୍ଘଟଣାସ୍ଥଳରେ ଏମର୍ଜେନ୍ସି ସର୍ଭିସ୍ ଟିମ୍ ପଠାଯାଇଛି । ରେସ୍କ୍ୟୁ ଅପରେସନ ଜାରି ରହିଛି । ଏବେ ସୁଦ୍ଧା କ୍ରିୟୁ ସଦସ୍ୟକୁ ନେଇ କୌଣସି ପ୍ରକାର ସୂଚନା ସାମନାକୁ ଆସି ନାହିଁ । ଦୁର୍ଘଟଣା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

An- ୨୨ ଦୁନିଆର ସବୁଠୁ ଟର୍ବୋପ୍ରପ୍ ବିମାନ ଅଟେ । ଟର୍ବୋପ୍ରପ୍ ବିମାନ କମ ଇନ୍ଧନରେ ଚାଲେ ଓ ଭାରୀ ଓଜନ ଉଠାଇ ନେବାରେ ସକ୍ଷମ । ଅଧିକାଂଶ ଡୋମେଷ୍ଟିକ୍ ଫ୍ଲାଇଟ୍, କାର୍ଗୋ ଓ ମିଲିଟାରୀ ଟ୍ରାନ୍ସପୋର୍ଟରେ ବ୍ୟବହାର ହୋଇଥାଏ । ATR-72 ଓ Dash-8 ମଧ୍ୟ ଟର୍ବୋପ୍ରସ ବିମାନ ଅଟେ । An-୨୨ ବିମାନକୁ ୧୯୬୦ ଦଶନ୍ଧିରେ କିଭରେ ନିର୍ମାଣ କରାଯାଇଥିଲା । ଏହି ବିମାନ ୬୦ ଟନ୍ ସାମଗ୍ରୀ, ୨୯୦ ସୈନିକ କିମ୍ୱା ୧୫୦ ପାରା-ଟ୍ରୁପର୍ସଙ୍କୁ ନେଇ ଯାଇପାରିବ ।

ଆନ୍ତୋନୋଭ ଅଫିସିଆଲ୍ ୱେବସାଇଟ୍ ଅନୁସାରେ, An-୨୨ ବିମାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ମଜଭୁତ ଉଡାଣ କ୍ଷମତା ଓ କଚ୍ଚା ରନୱେରେ ମଧ୍ୟରେ ସହଜରେ ଉଡାଣ ଭରିପାରିବ । ଏହି କାରଣରୁ ଏହାକୁ ଉପାନ୍ତ ଅଞ୍ଚଳରେ ବଡ଼ ଓ ଭାରୀ ସାମଗ୍ରୀ ପଠାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଘଣ୍ଟାକୁ ୬୫୦ରୁ ୭୬୦ କିଲୋମିଟର ବେଗରେ ଉଡାଣ ଭରିପାରେ । କମ୍ପାନି ଅନୁସାରେ ୧୯୬୫ରୁ ୧୯୭୬ ମଧ୍ୟରେ ମୋଟ ୬୬ଟି An-୨୨ ବିମାନ ନିର୍ମାଣ କରାଯାଇଥିଲା । ୧୯୮୦ରୁ ଏହି ବିମାନକୁ an-୧୨୨ ରୁଷମାନ ଓ an-୨୨୫ ମ୍ରିୟା ପରି ବଡ଼ ବିମାନର ବଡ଼ ଅଂଶ ପରିବହନରେ କରାଯାଇଥିଲା ।

ପୂର୍ବରୁ, ସେପ୍ଟେମ୍ବର ୪ରେ ଏକ X-୩୨ ବେକାସ୍ ବିମାନ ରିଆଜାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହାଲୁକା ବିମାନଟି ଆଲେକଜାଣ୍ଡାର ନେଭସ୍କି ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା । ନଭେମ୍ବର ୨୦୨୫ରେ ଏକ ରୁଷିଆନ୍ ବାୟୁସେନା Su-୩୦ ଲଢ଼ୁଆ ବିମାନ ମଧ୍ୟ କାରେଲିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।